ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଦିଲ୍ଲୀ ଗଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

0

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ଯାଇଛନ୍ତି। ଆଜି ସକାଳ ୯ଟା ୪୦ରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏମସିଏଲ୍ ଗେଷ୍ଟ ହାଉସ୍‌ରୁ ଜେଡ ପ୍ଲସ ସୁରକ୍ଷାରେ ଆଜି ସକାଳେ ବିମାନବନ୍ଦରରେ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ । ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର । ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦ୍ରୌପଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇ ବିମାନବନ୍ଦରକୁ ପାଛୋଟି ନିଆଯାଇଥିଲା। ଏହି ସମୟରେ ବିମାନବନ୍ଦରରେ ଅସମ୍ଭବ ଭିଡ଼ ଜମିଥିଲା। ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀ, ବିଜେପି ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଦ୍ରୌପଦୀଙ୍କ ସୁରକ୍ଷା ନିମନ୍ତେ ଜେଡ ପ୍ଲସ୍‌ ସିକ୍ୟୁରିଟି ସହ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ବିମାନବନ୍ଦର ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଦ୍ରୌପଦୀ ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପିର ତୁଙ୍ଗ ନେତା ତାଙ୍କୁ ବିମାନବନ୍ଦର ଭିତରକୁ ପାଛୋଟି ନେଇ ଯାଇଥିଲେ।  ଏହାପରେ ପୂର୍ବ ନିର୍ଦ୍ଧାରିତ ସମୟରେ ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ ଶ୍ରୀମତୀ ମୁର୍ମୁ । ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ ।

dance

ଦିଲ୍ଲୀରେ ପହଞ୍ଚିବା ପରେ ୨ ଦିନ ପାଇଁ ସେ ଓଡ଼ିଶା ଭବନରେ ରହିବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି। ଆଜି ଦ୍ରୌପଦୀ ମୁର୍ମୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବା ପରେ ବିଭିନ୍ନ ରାଜ୍ୟ ସରକାର ଓ ଦଳକୁ ସେ ଭେଟି ପାରନ୍ତି।

ସୂଚନାଯୋଗ୍ୟ; ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ମାଟିର ଝିଅଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା ପାଇଁ ସବୁ ଦଳର ବିଧାୟକଙ୍କୁ ଅପିଲ କରିବା ପରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟ୍ବିଟରରେ ସୂଚନା ଦେଇଛନ୍ତି। ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ। କାରଣ ଜିତିବା ପାଇଁ ଆବଶ୍ୟକ ହେଉଥିବା ଅଙ୍କ ଦ୍ରୌପଦୀ ମୁର୍ମୁ ଖୁବ୍‌ ସହଜରେ ହାସଲ କରିପାରିବେ ବୋଲି ଆଶା ଉଜ୍ଜିବୀତ ହୋଇଛି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ଦ୍ରୌପଦୀଙ୍କର ହେବ ଲଢ଼େଇ।

Leave A Reply

Your email address will not be published.