ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ରାଷ୍ଟ୍ରପତି ନିର୍ବାଚନ ପାଇଁ ପହଁଞ୍ଚିଲା ବାଲାଟ ବକ୍ସ

0

ଭୁବନେଶ୍ବର; ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଛି ବାଲାଟ ବକ୍ସ। ସୁରକ୍ଷା ବଳୟ ମଧ୍ୟରେ ଏହି ବାଲଟ ବକ୍ସ ଭୁବନେଶ୍ୱର ବିମାନବନ୍ଦରରୁ ବିଧାନସଭାକୁ ଅଣାଯାଇଥିଲା। ନିର୍ବାଚନ ଅଧିକାରୀଙ୍କ ସହିତ ପୁରା ଟିମ ମଧ୍ୟ ଓଡିଶାରେ ପହଞ୍ଚିଛନ୍ତି ।

ସେପଟେ ଓଡିଶା ବିଧାନସଭା ସଚିବାଳୟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭାର ପ୍ରଥମ ମହଲା ୫୪ ନମ୍ବର କଠୋରୀରେ ଜୁଲାଇ ୧୮ ତାରିଖ ଦିନ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିିଛି । ବିଧାନସଭାର ସମସ୍ତ ନିର୍ବାଚିତ ପ୍ରତିନିଧି ଏଠାରେ ଭୋଟ ଦେବେ । ଯଦି କୌଣସି ସାଂସଦ ଏଠାରେ ଭୋଟ ଦେବେ, ତେବେ ଭାରତ ନିର୍ବାଚନ କମିସନଙ୍କ ଠାରୁ ଅନୁମତି ଆଣିଥିବେ । ସେମାନେ ଅନୁମତି ପତ୍ର ପ୍ରିଜାଇଡିଂ ଅଫିସରଙ୍କୁ ଦେଖାଇ ଭୋଟ ଦେଇ ପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Leave A Reply

Your email address will not be published.