ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ହାରିଲା ଭାରତ, ସିରିଜ ବରାବର

0

ସେଣ୍ଟ କିଟ୍ସ,: ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ ରେ ଭାରତ ବିପକ୍ଷରେ ବିଜୟ ସହ ୱେଷ୍ଟ ଇଣ୍ଡିଜ ସିରିଜ ବରାବର କରିଛି । ସୋମବାର ଅନୁଷ୍ଠିତ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ୱେଷ୍ଟ ଇଣ୍ଡିଜ୍‌ ୫ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍‌ରେ ଭାରତ ଓବେଡ ମ୍ୟାକ୍‌କୟଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ୧୯.୪ ଓଭରରେ ୧୩୮ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । ଜବାବରେ ୱେଷ୍ଟ ଇଣ୍ଡିଜ୍‌ ୧୯.୨ ଓଭରରେ ଆବଶ୍ୟକ ରନ୍‌ ସଂଗ୍ରହ କରିନେଇଥିଲା ।

ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ନିରାଶ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମାତ୍ର ୧୩୮ ରନ୍ କରି ଅଲଆଉଟ୍ ହୋଇଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍ ୪ ବଲ ବାକି ଥାଇ ମ୍ୟାଚକୁ ଜିତି ନେଇଥିଲା । ସୂର୍ଯ୍ୟକୁମାର ଯାଦବ ୧୧, ଶ୍ରେୟାସ ଆୟର ୧୦ ରନ୍‌ କରି ପାଭିଲିୟନ ଫେରିଥିଲେ । ରିଷଭ ପନ୍ତ ୨୪ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୧ ଓ ରବିନ୍ଦ୍ର ଯାଡେଜା ୨୭ ରନ୍‌ କରିବା ଫଳରେ ଦଳୀୟ ସ୍କୋର ୧୩୮ରେ ପହଞ୍ଚିଥିଲା । ଅନ୍ୟମାନଙ୍କ ମଧ୍ୟରେ ଦିନେଶ କାର୍ତ୍ତିକ ୭, ରବିଚନ୍ଦ୍ରନ ଅଶ୍ୱିନ ୧୦, ଭୁବନେଶ୍ୱର କୁମାର ୧, ଅଭେଶ ଖାନ ୮ ରନ୍‌ କରି ଆଉଟ୍‌ ହୋଇଥିଲେ । ୱେଷ୍ଟ ଇଣ୍ଡିଜ୍‌ ପକ୍ଷରୁ ମ୍ୟାକ୍‌କୟ ୧୭ ରନ୍‌ ପ୍ରଦାନ କରି ୬ଟି ୱିକେଟ୍‌ ନେଇଥିଲେ ।

ଜବାବରେ ୱେଷ୍ଟ ଇଣ୍ଡିଜ୍‌ର ଦୁଇ ଓପନର ବ୍ରାଣ୍ଡନ କିଙ୍ଗ୍‌ ଓ କେଲି ମେୟର୍ସ ଆକ୍ରମଣାତ୍ମକ ବ୍ୟାଟିଂ କରି ୪୬ ରନ୍‌ ସଂଗ୍ରହ କରିଥିଲେ । ମେୟର୍ସ ବ୍ୟକ୍ତିଗତ ୮ ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ନିକୋଲାସ ପୂରନ ୧୪ ରନ୍‌ କରି ପାଭିଲିୟନ ଫେରିଥିଲେ । ପରେ ପରେ ସିମରନ ହେତମେୟର ମଧ୍ୟ ପାଭିଲିୟନ ଫେରିଥିଲେ । ହେଲେ ଅନ୍ୟ ଓପନର ବ୍ରାଣ୍ଡନ କିଙ୍ଗ୍‌ ବିସ୍ଫୋରକ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିତଲେ । ୫୧ଟି ବଲ୍‌ରୁ ୬୮ ରନ୍‌ କରି ଆଉଟ୍‌ ହେବାକୁ ବେଳକୁ ସେ ଦଳୀୟ ସ୍କୋରକୁ ୧୦୭ରେ ପହଞ୍ଚାଇ ସାରିଥିଲେ ।

ଶେଷ ଓଭରରେ ବିଜୟ ପାଇଁ ୧୦ ରନ୍‌ ଆବଶ୍ୟକ ଥିଲା । ଡେଭନ ସ୍ମିଥ୍‌ ୨ଟି ବଲ୍‌ରେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ । ସେ ୧୯ଟି ବଲ୍‌ରୁ ଅପରାଜିତ ୩୧ ରନ୍‌ କରିଥିଲେ । ଓଡନ ସ୍ମିଥ୍‌ ଅପରାଜିତ ୪ ରନ୍‌ କରିଥିଲେ । ଓବେଡ୍ ମ୍ୟାକୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସେ ମାତ୍ର ୧୭ ରନ୍ ଦେଇ ୬ ୱିକେଟ୍ ସହ ଟି-୨୦ରେ କ୍ୟାରିୟରର ଶ୍ରେଷ୍ଠ ସଫଳତା ହାସଲ କରିଥିଲେ ।

Leave A Reply

Your email address will not be published.