ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବ୍ୟବସାୟୀଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କାର ସମ୍ପତ୍ତି

0
  • ୫୮ କୋଟି ନଗଦ, ୩୨କେଜି ସୁନା ଜବତ
  • ୮ ଦିନ ବ୍ୟବସାୟୀଙ୍କ ଘରେ ଚାଲିଥିବା ଚଢାଉ
  • ୨୬୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା
  • ୩୯୦ କୋଟିର ସଂପତ୍ତି ପାଇଲେ ଆୟକର ବିଭାଗ

ମୁମ୍ବାଇ: ମହାରାଷ୍ଟ୍ରର ଏକ ଇସ୍ପାତ ଓ କପଡା ଏବଂ ରିୟଲ ଇଷ୍ଟେଟ୍ କାରବାର କରୁଥିବା ଜଣେ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢଉ ବେଳେ ଆଖି ଖୋସି ହୋଇଗଲା ଭଳି ସଂପତ୍ତି ଠାବ ହୋଇଛି। ୧ ତାରିଖରୁ ଏହି ଚଢାଉ ଆରମ୍ଭ ହୋଇ ୮ ତାରିଖ ଯାଏ ଚାଲିଥିଲା। ଆୟକର ବିଭାଗ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ପାଖାପାଖି ୩୯୦ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ସେ ମଧ୍ୟରେ ୫୮ କୋଟି ନଗଦ ଟଙ୍କା ଓ ୩୨ କେଜି ସୁନା ରହିଛି। ଏତେ ସଂପତ୍ତି ଆୟକର ଅଧିକାରୀଙ୍କୁ ଆଚମ୍ବିତ କରିଛି। ନଗଦ ଟଙ୍କା ଗଣିବାକୁ ଆୟକର ବିଭାଗର ଅଧିକାରୀଙ୍କୁ ୧୩ ଘଣ୍ଟା ଲାଗିଥିଲା। ମୋଟ ୨୬୦ ଜଣ ଅଧିକାରୀ ଏବଂ କର୍ମଚାରୀ ଏହି ଚଢାଉରେ ସାମିଲ ଥିଲେ। ପାଞ୍ଚଟି ଦଳରେ ବିଭକ୍ତ ହୋଇ ଅଧିକାରୀମାନେ ଏହି ଚଢାଉ କରିଥିଲେ।

Leave A Reply

Your email address will not be published.