ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ବ୍ୟବସାୟୀଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କାର ସମ୍ପତ୍ତି

0
  • ୫୮ କୋଟି ନଗଦ, ୩୨କେଜି ସୁନା ଜବତ
  • ୮ ଦିନ ବ୍ୟବସାୟୀଙ୍କ ଘରେ ଚାଲିଥିବା ଚଢାଉ
  • ୨୬୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା
  • ୩୯୦ କୋଟିର ସଂପତ୍ତି ପାଇଲେ ଆୟକର ବିଭାଗ

ମୁମ୍ବାଇ: ମହାରାଷ୍ଟ୍ରର ଏକ ଇସ୍ପାତ ଓ କପଡା ଏବଂ ରିୟଲ ଇଷ୍ଟେଟ୍ କାରବାର କରୁଥିବା ଜଣେ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢଉ ବେଳେ ଆଖି ଖୋସି ହୋଇଗଲା ଭଳି ସଂପତ୍ତି ଠାବ ହୋଇଛି। ୧ ତାରିଖରୁ ଏହି ଚଢାଉ ଆରମ୍ଭ ହୋଇ ୮ ତାରିଖ ଯାଏ ଚାଲିଥିଲା। ଆୟକର ବିଭାଗ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ପାଖାପାଖି ୩୯୦ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ସେ ମଧ୍ୟରେ ୫୮ କୋଟି ନଗଦ ଟଙ୍କା ଓ ୩୨ କେଜି ସୁନା ରହିଛି। ଏତେ ସଂପତ୍ତି ଆୟକର ଅଧିକାରୀଙ୍କୁ ଆଚମ୍ବିତ କରିଛି। ନଗଦ ଟଙ୍କା ଗଣିବାକୁ ଆୟକର ବିଭାଗର ଅଧିକାରୀଙ୍କୁ ୧୩ ଘଣ୍ଟା ଲାଗିଥିଲା। ମୋଟ ୨୬୦ ଜଣ ଅଧିକାରୀ ଏବଂ କର୍ମଚାରୀ ଏହି ଚଢାଉରେ ସାମିଲ ଥିଲେ। ପାଞ୍ଚଟି ଦଳରେ ବିଭକ୍ତ ହୋଇ ଅଧିକାରୀମାନେ ଏହି ଚଢାଉ କରିଥିଲେ।

Leave A Reply

Your email address will not be published.