ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଦିଲ୍ଲୀରେ ମାକ୍ସ ପିନ୍ଧିବା ହେଲା ବାଧ୍ୟତାମୂଳକ

0

ନୂଆଦିଲ୍ଲୀ: ସାରା ଦେଶରେ ପୁଣି କରୋନା ସଂକ୍ରମଣ ବଢିଥିବାରେ ଲାଗିଛି। ଦିଲ୍ଲୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି ।ତେଣୁ ଆଜି ଦିଲ୍ଲୀ ସରକାର ରାଜ୍ୟରେ କରୋନା କଟକଣା ଲଗେଇଛନ୍ତି। ଦିଲ୍ଲୀ ସରକାର ପୁଣି ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ଏହି କଟକଣାକୁ ଅବମାନନା କଲେ ପୂର୍ବଭଳି ୫୦୦ ଟଙ୍କା ଜରିମାନା ଆଦାୟ କରିବାକୁ ଦିଲ୍ଲୀ ସରକାର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ବ୍ୟକ୍ତିଗତ କାରରେ ଯାତାୟତ କରୁଥିବା ଲୋକଙ୍କ ପାଇଁ ମାସ୍କ କଟକଣା ବାଧ୍ୟତାମୂଳକ କରାଯାଇ ନାହିଁ ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଗତ ୨୪ ଘଂଟା ମଧ୍ୟରେ ୨୧୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣ ଲୋକ କରୋନା ସଂକ୍ରମଣ ଯୋଗୁୃ ମୃତ୍ୟୁ ହୋଇଛି । କୁହାଯାଇଛି କି ପୂର୍ବ ୧୮୦ ଦିନ ମଧ୍ୟରେ ଦିଲ୍ଲୀରେ ଏହା ସର୍ବାଧିକ କରୋନା ସଂକ୍ରମଣ । ଏହା ପୂର୍ବରୁ ଫେବୃଆରୀ ୧୩ ତାରିଖରେ କରୋନା ସଂକ୍ରମଣରେ ସର୍ବାଧିକ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଦିଲ୍ଲୀରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବିଏ୪, ବିଏ ୫ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ ସଂକ୍ରମିତ ବୋଲି କୁହାଯାଉଛି ।

Leave A Reply

Your email address will not be published.