ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଦିଲ୍ଲୀରେ ମାକ୍ସ ପିନ୍ଧିବା ହେଲା ବାଧ୍ୟତାମୂଳକ

0

ନୂଆଦିଲ୍ଲୀ: ସାରା ଦେଶରେ ପୁଣି କରୋନା ସଂକ୍ରମଣ ବଢିଥିବାରେ ଲାଗିଛି। ଦିଲ୍ଲୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି ।ତେଣୁ ଆଜି ଦିଲ୍ଲୀ ସରକାର ରାଜ୍ୟରେ କରୋନା କଟକଣା ଲଗେଇଛନ୍ତି। ଦିଲ୍ଲୀ ସରକାର ପୁଣି ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ଏହି କଟକଣାକୁ ଅବମାନନା କଲେ ପୂର୍ବଭଳି ୫୦୦ ଟଙ୍କା ଜରିମାନା ଆଦାୟ କରିବାକୁ ଦିଲ୍ଲୀ ସରକାର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ବ୍ୟକ୍ତିଗତ କାରରେ ଯାତାୟତ କରୁଥିବା ଲୋକଙ୍କ ପାଇଁ ମାସ୍କ କଟକଣା ବାଧ୍ୟତାମୂଳକ କରାଯାଇ ନାହିଁ ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଗତ ୨୪ ଘଂଟା ମଧ୍ୟରେ ୨୧୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣ ଲୋକ କରୋନା ସଂକ୍ରମଣ ଯୋଗୁୃ ମୃତ୍ୟୁ ହୋଇଛି । କୁହାଯାଇଛି କି ପୂର୍ବ ୧୮୦ ଦିନ ମଧ୍ୟରେ ଦିଲ୍ଲୀରେ ଏହା ସର୍ବାଧିକ କରୋନା ସଂକ୍ରମଣ । ଏହା ପୂର୍ବରୁ ଫେବୃଆରୀ ୧୩ ତାରିଖରେ କରୋନା ସଂକ୍ରମଣରେ ସର୍ବାଧିକ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଦିଲ୍ଲୀରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବିଏ୪, ବିଏ ୫ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ ସଂକ୍ରମିତ ବୋଲି କୁହାଯାଉଛି ।

Leave A Reply

Your email address will not be published.