ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବିଜୁ ଯୁବ ଜନତା ଦଳର ନବକଳେବର କଲେ ନବୀନ

0

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ସଜାଡ଼ିବା ଆରମ୍ଭ କରିଛନ୍ତି। ଗୁରୁବାର ଜନ୍ମାଷ୍ଟମୀରେ ଏହି ପ୍ରକ୍ରିୟା ଆରମ୍ଭ କରି ସେ ପ୍ରଥମେ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେବା ପରେ ଆଜି ବିଜୁ ଯୁବ ଜନତା ଦଳର ନବ କଳେବର କରିଛନ୍ତି। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ତାଲିକା ଜାରି ହୋଇଛି।

ବିଜେଡି ଯୁବ ମୁଖିଆଙ୍କୁ ଅପରିବର୍ତ୍ତିତ ରଖିଥିଲେ ହେଁ, ପୂରା ଟିମ୍‌ରେ ଅନେକ ନେତାଙ୍କୁ ବଦଳାଇ ନୂଆ ନେତାଙ୍କୁ ସାମିଲ କରାଯାଇଛି। ଏହି ଯୁବ ଟିମ୍ ଧରି ଆସନ୍ତା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦଳ ଚାଲିବ। ସଂଶୋଧିତ ଟିମ୍‌ରେ ତିନିଜଣ କାର୍ଯ୍ୟକାରୀ ସଭାପତି ଅଛନ୍ତି। ଏଲିନା ଦଶ ପୂର୍ବଭଳି ସେକ୍ରେଟାରି ଜେନେରାଲ୍ ରହିଛନ୍ତି। ୩ ବରିଷ୍ଠ ଉପସଭାପତି, ୭ ଜୋନ୍ ସଭାପତି, ୧୩ ଉପସଭାପତି, ୪୬ ସାଧାରଣ ସଂପାଦକ, ୬୩ ସଂପାଦକ, ୨୩ ଯୁଗ୍ମ ସଂପାଦକଙ୍କୁ ନେଇ ବିଶାଳ ଟିମ୍ ଗଠନ କରାଯାଇଛି। ସେହିଭଳି ଦଳର ୩୫ ସାଂଗଠନିକ ଜିଲ୍ଲାର ଜୋନ୍ ସଭାପତିଙ୍କ ସଂଶୋଧିତ ତାଲିକା ବି ପ୍ରକାଶ ପାଇଛି। ପୂରା ତାଲିକା ଦେଖିଲେ ଅନେକ ନେତାଙ୍କ ନାମ ପୂର୍ବରୁ ଥିବା ବେଳେ ଆଉ କିଛି ନୂଆ ନେତାଙ୍କୁ ସାମିଲ୍ କରାଯାଇଛି।

ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ମନ୍ତ୍ରିମଣ୍ଡଳର ମଧ୍ୟ ଅଦଳବଦଳ କରିସାରିଛନ୍ତି। ଅନ୍ୟ ଛାମୁଆ ସଂଗଠନ ଓ ନିଗମ ଆଦିରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.