ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବିଜୁ ଯୁବ ଜନତା ଦଳର ନବକଳେବର କଲେ ନବୀନ

0

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ସଜାଡ଼ିବା ଆରମ୍ଭ କରିଛନ୍ତି। ଗୁରୁବାର ଜନ୍ମାଷ୍ଟମୀରେ ଏହି ପ୍ରକ୍ରିୟା ଆରମ୍ଭ କରି ସେ ପ୍ରଥମେ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେବା ପରେ ଆଜି ବିଜୁ ଯୁବ ଜନତା ଦଳର ନବ କଳେବର କରିଛନ୍ତି। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ତାଲିକା ଜାରି ହୋଇଛି।

ବିଜେଡି ଯୁବ ମୁଖିଆଙ୍କୁ ଅପରିବର୍ତ୍ତିତ ରଖିଥିଲେ ହେଁ, ପୂରା ଟିମ୍‌ରେ ଅନେକ ନେତାଙ୍କୁ ବଦଳାଇ ନୂଆ ନେତାଙ୍କୁ ସାମିଲ କରାଯାଇଛି। ଏହି ଯୁବ ଟିମ୍ ଧରି ଆସନ୍ତା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦଳ ଚାଲିବ। ସଂଶୋଧିତ ଟିମ୍‌ରେ ତିନିଜଣ କାର୍ଯ୍ୟକାରୀ ସଭାପତି ଅଛନ୍ତି। ଏଲିନା ଦଶ ପୂର୍ବଭଳି ସେକ୍ରେଟାରି ଜେନେରାଲ୍ ରହିଛନ୍ତି। ୩ ବରିଷ୍ଠ ଉପସଭାପତି, ୭ ଜୋନ୍ ସଭାପତି, ୧୩ ଉପସଭାପତି, ୪୬ ସାଧାରଣ ସଂପାଦକ, ୬୩ ସଂପାଦକ, ୨୩ ଯୁଗ୍ମ ସଂପାଦକଙ୍କୁ ନେଇ ବିଶାଳ ଟିମ୍ ଗଠନ କରାଯାଇଛି। ସେହିଭଳି ଦଳର ୩୫ ସାଂଗଠନିକ ଜିଲ୍ଲାର ଜୋନ୍ ସଭାପତିଙ୍କ ସଂଶୋଧିତ ତାଲିକା ବି ପ୍ରକାଶ ପାଇଛି। ପୂରା ତାଲିକା ଦେଖିଲେ ଅନେକ ନେତାଙ୍କ ନାମ ପୂର୍ବରୁ ଥିବା ବେଳେ ଆଉ କିଛି ନୂଆ ନେତାଙ୍କୁ ସାମିଲ୍ କରାଯାଇଛି।

ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ମନ୍ତ୍ରିମଣ୍ଡଳର ମଧ୍ୟ ଅଦଳବଦଳ କରିସାରିଛନ୍ତି। ଅନ୍ୟ ଛାମୁଆ ସଂଗଠନ ଓ ନିଗମ ଆଦିରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.