ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

କ୍ଷମା ମାଗିଲେ ବାବୁସାନ

0

ଭୁବନେଶ୍ୱର: ଅଭିନେତା ବାବୁଶାନ ମହାନ୍ତି କହିଲେ, ଏମିତି ଭୁଲ୍‌ କେବେ ହେବନି। ନିକଟରେ ଯେଉଁ ଘଟଣା ଘଟିଥିଲା, ସେଥିପାଇଁ ମୁଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗୁଛି। ଆଜି ଭିଡିଓ ଜାରି କରି ଏପରି କହିଛନ୍ତି ବାବୁଶାନ। ଅନ୍ୟପଟେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କକୁ ନେଇ ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ଯେଉଁ ଭୁଲ ବୁଝାମଣା ହୋଇଥିଲା, ତାର ସମାଧାନର ସଙ୍କେତ ମିଳୁଛି । ବାବୁଶାନ କହିଛନ୍ତି, ସ୍ତ୍ରୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଗୋଟିଏ କେସ୍‌ ହୋଇଛି। ତାଙ୍କ ପରିବାର ବହୁତ କଷ୍ଟ ପାଇଛି। ସ୍ତ୍ରୀ ଓ ଶ୍ୱଶୁର କଷ୍ଟ ପାଇଲେଣି। ମୁଁ ପ୍ରମିସ୍‌ କରୁଛି, ତାଙ୍କର କୌଣସି କ୍ଷତି ହେବାକୁ ଦେବିନି। ଏଭଳି ଭୁଲ୍‌ ଆଉ କେବେ ହେବନି ବୋଲି ବାବୁଶାନ କହିଛନ୍ତି।

ସୂଚନାଯୋଗ୍ୟ; ଷ୍ଟାର କଳି ଯେତେବେଳେ ଦାଣ୍ଡରେ ପଡ଼ି ହାଟରେ ଗଡିଲା, ସେତେବେଳେ ସାରା ରାଜ୍ୟରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଲା। ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ଏକାଠି କାରରେ ଯାଉଥିବା ବେଳେ ହଠାତ ବାବୁସାନଙ୍କ ପତ୍ନୀ ତୃପ୍ତି ସେଠାରେ ପହଁଚିଥିଲେ । ସେଠାରେ ପ୍ରକୃତି ଓ ତୃପ୍ତିଙ୍କ ମଧ୍ୟରେ କଥା କଟାକଟି ହେବା ଦେଖିବାକୁ ମିଳିଥିଲା ।ତୃପ୍ତି ମଧ୍ୟ ପ୍ରକୃତିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଉଭୟଙ୍କ ପକ୍ଷରୁ ଥାନାରେ ଏ ନେଇ ଏତଲା ଦିଆଯାଇଥିଲା । ଏହାପରେ ବେଶ କିଛି ଦିନ ନାଟକୀୟ ଭାବେ ଅନେକ ଘଟଣା ଘଟିଥିଲା । ଘଟଣା ପରେ ପ୍ରକୃତି ଓ ବାବୁସାନ ଚେନ୍ନାଇ ଯାଇଥିଲେ । ଚେନ୍ନାଇରୁ ଫେରିବା ପରେ ମଧ୍ୟ ଦୁହେଁ ଚର୍ଚ୍ଚାରେ ରହିଥିଲେ । ତୃପ୍ତି, ତାଙ୍କ ସାଂସାରିକ ଜୀବନରେ ପ୍ରକୃତିଙ୍କ ଯୋଗୁଁ କିପରି ଝଡ଼ ଆସିଛି, ଖୋଲିକି କହିଥିଲେ । ଗଣମାଧ୍ୟମରେ ପ୍ରକୃତି ମଧ୍ୟ ତାଙ୍କ ସଫେଇ ରଖିଥିଲେ ।

ଷ୍ଟାର ଘର କଳିର ଚର୍ଚ୍ଚା କମି ଆସିଥିବା ବେଳେ ଭିଡିଓ ଜାରି କରି ଓଡ଼ିଶାବାସୀଙ୍କୁ ଭୁଲ ମାଗିଛନ୍ତି ବାବୁସାନ। ଓଲିଉଡ୍ର ସୁପରଷ୍ଟାର ବାବୁସାନଙ୍କ ରାଜ୍ୟରେ ବେଶ ଲୋକପ୍ରିୟତା ରହିଛି । ତାଙ୍କ ବୈବାହିକ ଜୀବନରେ ଝଡ଼, ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିଲା । ଏପରି ଭିଡିଓ ଜାରି କରି ସମ୍ଭବତଃ ପ୍ରଶଂସକଙ୍କ ଆସ୍ଥା ଜିତିବାକୁ ପ୍ରୟାସ କରିଛନ୍ତି ବାବୁସାନ ଏବଂ ସେ ତାଙ୍କ ଇମେଜକୁ ସଜାଡିବାକୁ ଚାହୁଁଛନ୍ତି । ଏଭଳି ଭୁଲ ଆଉ କରିବେ ନାହିଁ କହିବା, ଏହା ଇଙ୍ଗିତ କରୁଛି ଯେ ପତ୍ନୀ ତୃପ୍ତିଙ୍କ ସହ ସଂପର୍କକୁ ମଧ୍ୟ ସଜାଜିବାକୁ ଚାହୁଁଛନ୍ତି ବାବୁସାନ ।

Leave A Reply

Your email address will not be published.