ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବେଦାନ୍ତ ବିଶ୍ଵବିଦ୍ୟାଳୟ ମାମଲାର ରାୟ ସଂରକ୍ଷିତ

0

ନୂଆ ଦିଲ୍ଲୀ; ସୁପ୍ରିମ କୋର୍ଟ ରେ ଗତ କାଲିଠାରୁ ପୁରୀ କୋଣାର୍କ ବେଳାଭୂମି ନିକଟରେ ପ୍ରସ୍ତାବିତ ବେଦାନ୍ତ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଓ ହଜାର ହଜାର ଏକର ଜମି ଅଧିଗ୍ରହଣ କୁ ନେଇ ଗତ କାଲି ଠାରୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ପାଖରେ ଶୁଣାଣୀ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ର ମାନ୍ୟବର ବିଚାରପତି ଜଷ୍ଟିସ ଏମ ଆର ଶାହା ଓ ଜଷ୍ଟିସ କୃଷ୍ଣ ମୁରାରୀ ଙ୍କ ଖଣ୍ଡପୀଠ ପ୍ରଥମେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ଆଇନଜୀବୀ ଆର୍ୟମାନ୍ ସୁନ୍ଦରମ ଯୁକ୍ତି ଉପସ୍ଥାପନ କରିଥିଲେ।

ଗତକାଲି ପ୍ରାୟ ନବେ ମିନିଟ ଧରି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଓ ଜମି ଅଧିଗ୍ରହଣ ସପକ୍ଷରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ତା ପରେ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ଓ ପକ୍ଷରୁ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ପ୍ରଶାନ୍ତ ଭୂଷଣ ,ସଞ୍ଜୟ ପାରିଖ ମାନ୍ୟବର ଖଣ୍ଡପୀଠ ଙ୍କ ସମ୍ମୁଖରେ ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଓ ଏଥିପାଇଁ ହୋଇଥିବା ଜମି ଗ୍ରହଣ ସମ୍ପୂର୍ଣ ବେଆଇନ ବୋଲି ପ୍ରଶାନ୍ତ ଭୂଷଣ ଅନେକ ତଥ୍ୟ ସହ ତର୍କ ରଖିଥିଲେ।

ପ୍ରାୟ ଛଅ ହଜାର ପରିବାର ର ପ୍ରାୟ ତିରିଶ ହଜାର ଲୋକ ନିଜର ଚାଷ ଜମି ହରେଇବା ପରେ ସେମାନଙ୍କର ଜୀବନ ଜୀବିକା ଉଜୁଡ଼ିଯିବ। ବିଶ୍ଵବିଦ୍ୟାଳୟ ଉଦ୍ଦେଶ୍ୟ ନୁହେଁ, ବରଂ ପୁରୀ କୋଣାର୍କ ବେଳାଭୂମି ନିକଟରେ ଥିବା ମୂଲ୍ୟବାନ ଜମିକୁ ଭିନ୍ନ ଭାବରେ ବ୍ୟବହାର ଓ ବେପାର ହିଁ ଏକମାତ୍ର ଉଦ୍ଦେଶ୍ୟ। ଏହା ନିକଟରେ ଅଭୟାରଣ୍ୟ, ମୂଲ୍ୟବାନ ଖଣିଜ ବାଲି ଓ ମଧୁର ଜଳ ର ଉତ୍ସ ସଂପୂର୍ଣ୍ଣ ଧ୍ଵଂସ ହୋଇଯିବ ବୋଲି ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଫାଉଣ୍ଡେସନ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାନ ରେ ଏକ ଶିକ୍ଷାନୁଷ୍ଠାନ କରିବାର ଦୃଷ୍ଟାନ୍ତ ନ ଥିବା କଥା ପ୍ରଶାନ୍ତ ଭୂଷଣ କହିଥିଲେ। ଜମି ଅଧିଗ୍ରହଣ ଆଇନ, ପରିବେଶ ଆଇନ, ଫରେଷ୍ଟ ଆଇନ, କମ୍ପାନୀ ଆଇନ୍, ମାନବ ଅଧିକାର ଆଇନ ଇତ୍ୟାଦି ର କିପରି ଘୋର ଉଲଂଘନ କରାଯାଇଛି, ସେ ସମ୍ପର୍କରେ ପ୍ରଶାନ୍ତ ଭୂଷଣ ଯୁକ୍ତି ରଖିଥିଲେ। ଆଇନଜୀବୀ ଚିନ୍ମୟ ମିଶ୍ର ଏହି ମାମଲା ରେ ପ୍ରଶାନ୍ତ ଭୂଷଣ ଙ୍କୁ ସହାୟତା କରିଥିଲେ।

ମାନ୍ୟବର ଖଣ୍ଡପୀଠ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ, ଓଡ଼ିଶା ସରକାର ଓ ବେଦାନ୍ତ ବିଶ୍ଵବିଦ୍ୟାଳୟ ସଂଘର୍ଷ ସମିତି ପକ୍ଷରୁ ଜମି ହରାଇଥିବା ଏଗାର ଜଣ ଚାଷୀ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଙ୍କ ପିଆଇଏଲ୍ ସହ ନଅ ଟି ପିଟିସନ କୁ ଏକତ୍ର କରି ଶୁଣାଣୀ ଆଜି ଶେଷ ହୋଇଛି। ଏହି ମାମଲା ୨୦୧୦ ମସିହାରୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ଙ୍କ ରାୟ ବିରୋଧ ରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ଓ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟ ରେ ଚ୍ୟାଲେଞ୍ଜ କରିଥିଲେ। ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି, ଜମି ହରାଇଥିବା ଚାଷୀ ଓ ପୂର୍ବତନ ବିଧାୟକ ରଥଙ୍କ ପକ୍ଷରୁ ପ୍ରଶାନ୍ତ ଭୂଷଣ ଙ୍କ ସହ ବରିଷ୍ଠ ଓକିଲ ସଞ୍ଜୟ ପାରିଖ ଓ ଚିନ୍ମୟ ମିଶ୍ର ଏହି ମାମଲା ପରିଚାଳନା ରେ ସହଯୋଗ କରିଥିଲେ। ଏବେ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ରାୟକୁ ଅପେକ୍ଷା।

Leave A Reply

Your email address will not be published.