ପ୍ରମୁଖ ଖବର

ବାରବାଟୀ ଛକରେ ଓଭର ବ୍ରିଜ୍‌ରୁ ତଳକୁ ଖସିଲା ବସ୍, ୫ ମୃତ, ୪୦ ଜଣ ଯାତ୍ରୀ ଆହତ
ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଓ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି
ଟକ ଜିଲ୍ଲା ବାଙ୍କୀ ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼
ବୋମାମାଡ଼ରେ ୬ଜଣ ଆହତ ହୋଇଥିବା ବେଳେ, ୨ଜଣ ଗୁରୁତର
କଂଗ୍ରେସରୁ ୬ବର୍ଷ ପାଇଁ ବହିଷ୍କୃତ ହେଲେ ବରିଷ୍ଠ ନେତା ସୁର ରାଉତରାୟ

ଦିଲ୍ଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି

0

ଭୁବନେଶ୍ୱର: ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଦିଲ୍ଲୀପ ତିର୍କୀ । ନିର୍ଦ୍ୱନ୍ଦ୍ୱରେ ସେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଛନ୍ତି। ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ।ହକି ଇଣ୍ଡିଆର ସଭାପତି ପଦ ପାଇଁ ୩ ଜଣ ନାମାଙ୍କନ ଦାଖଲ କରିଥିଲେ।ସେମାନେ ହେଉଛନ୍ତି ଉତ୍ତର ପ୍ରଦେଶ ହକି ସଂଘ ମୁଖ୍ୟ ରାକେଶ କଟୟାଲ ଓ ଝାଡ଼ଖଣ୍ଡ ହକି ସଂଘ ମୁଖ୍ୟ ଭୋଳା ନାଥ ସିଂହ। ତେବେ ଦିଲ୍ଲୀପଙ୍କୁ ସମର୍ଥନ କରି ଉଭୟ ରାକେଶ ଓ ଭୋଳା ନାଥ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିଲେ।

ସୂଚନାଯୋଗ୍ୟ; ଦେଶ ପାଇଁ ୪୧୨ଟି ମ୍ୟାଚ୍ ଖେଳିଛନ୍ତି ଦିଲ୍ଲୀପ ତିର୍କୀ। ସେ ଭାରତୀୟ ହକି ଟିମ୍‌ର ଅଧିନାୟକ ମଧ୍ୟ ରହିଥିଲେ। ସେ ୧୯୯୫ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଦିଲ୍ଲୀପ ତିନିଟି ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେ ୧୯୯୬ର ଆଣ୍ଟଲାଣ୍ଟା ଅଲିମ୍ପିକ୍ସ ସହିତ ୨୦୦୦ର ସିଡ୍‌ନୀ ଓ ୨୦୦୪ର ଏଥେନ୍ସ ଅଲିମ୍ପିକ୍ସ ଖେଳିଛନ୍ତି। ସେ ୨୦୧୦ରେ ଅନ୍ତଜାର୍ତୀୟ ହକିରୁ ଅବସର ନେଇଥିଲେ। ୨୦୧୨ରେ ଦିଲ୍ଲୀପ ବିଜୁ ଜନତା ଦଳ ଟିକେଟ୍‌ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.