ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ଧର୍ମେନ୍ଦ୍ରଙ୍କ ମୋବାଇଲରେ ଏମିତି କି ତଥ୍ୟ ରହିଛି କି?

0
  • ସନ୍ଦେହଜନକ ଅବସ୍ଥାରେ ଧର୍ମେନ୍ଦ୍ରଙ୍କ ମୃତଦେହ ଉଦ୍ଧାର
  • ପୁରୀ ଜିଲ୍ଲା ପରିଷଦ ଜୋନ୍-୧୧ ସଭ୍ୟ ହେଉଛନ୍ତି ଧର୍ମେନ୍ଦ୍ର
  • ଶିଶୁପାଳଗଡ ଘରୁ ଝୁଲନ୍ତା ଅବସ୍ଥାରେ ଶବ ଜବତ କଲା ପୁଲିସ
  • ଏଯାଏ ମୋବାଇଲ୍ ଦୁଇଟି ପୁଲିସ ପାଇନଥିବା ସୂଚନା

ଭୁବନେଶ୍ବର: ପୁରୀ ଜିଲ୍ଲା ପରିଷଦ ଜୋନ୍ -୧୧ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭୁବନେଶ୍ବରସ୍ଥିତ ତାଙ୍କର ଶିଶୁପାଳଗଡସ୍ଥିତ ବାସଭବନରେ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ପୁଲିସ ତନାଘନା ଆରମ୍ଭକରିଛି। କାହିଁକି ଧର୍ମେନ୍ଦ୍ର ଆତ୍ମହତ୍ୟା କଲେ ତାହା ଏଯାଏ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ତାଙ୍କୁ କେହି ମାରି ଟାଙ୍ଗି ଦେଇନାହିଁ ତ, ଏ ନେଇ ମଧ୍ୟ ସନ୍ଦେହ ବଢ଼ିବାରେ ଲାଗିଛି।

ପ୍ରାରମ୍ଭିକ ସୂଚନାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଧର୍ମେନ୍ଦ୍ର ତାଙ୍କର ମୋବାଇଲରେ ଥିବା ଭିଡ଼ିଓ ସାମ୍ନାକୁ ଆଣିବା ଲାଗି ସୋସିଆଲ ମିଡ଼ିଆରେ ପୋଷ୍ଟିଂ କରିଛନ୍ତି। ହେଲେ ମୋବାଇଲ୍ ଦୁଇଟ ମିଳିନାହିଁ। ଏଣୁ ସେଥରେ କଣ ତଥ୍ୟ ରହିଥିଲା, ଯାହାକୁ ଧର୍ମେନ୍ଦ୍ର ସାମ୍ନାକୁ ଆଣିପାରିଲେ ନାହିଁ, ତାହା ଏବେ ଘଟଣାକୁ ନାଟକୀୟ ମୋଡ଼ ଦେଇଛି। ଯଦି ମୋବାଇଲରେ ତଥ୍ୟ ଥିଲା, ସେ ମୋବାଇଲ କୁଆଡେ ଗଲା? ଏମିତି ଅନେକ ପ୍ରଶ୍ନ ଉପରେ ପୁଲିସ ଘଣ୍ଟାଚକଟା ଆରମ୍ଭ କରିଛି।

Leave A Reply

Your email address will not be published.