ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଧର୍ମେନ୍ଦ୍ରଙ୍କ ମୋବାଇଲରେ ଏମିତି କି ତଥ୍ୟ ରହିଛି କି?

0
  • ସନ୍ଦେହଜନକ ଅବସ୍ଥାରେ ଧର୍ମେନ୍ଦ୍ରଙ୍କ ମୃତଦେହ ଉଦ୍ଧାର
  • ପୁରୀ ଜିଲ୍ଲା ପରିଷଦ ଜୋନ୍-୧୧ ସଭ୍ୟ ହେଉଛନ୍ତି ଧର୍ମେନ୍ଦ୍ର
  • ଶିଶୁପାଳଗଡ ଘରୁ ଝୁଲନ୍ତା ଅବସ୍ଥାରେ ଶବ ଜବତ କଲା ପୁଲିସ
  • ଏଯାଏ ମୋବାଇଲ୍ ଦୁଇଟି ପୁଲିସ ପାଇନଥିବା ସୂଚନା

ଭୁବନେଶ୍ବର: ପୁରୀ ଜିଲ୍ଲା ପରିଷଦ ଜୋନ୍ -୧୧ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭୁବନେଶ୍ବରସ୍ଥିତ ତାଙ୍କର ଶିଶୁପାଳଗଡସ୍ଥିତ ବାସଭବନରେ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ପୁଲିସ ତନାଘନା ଆରମ୍ଭକରିଛି। କାହିଁକି ଧର୍ମେନ୍ଦ୍ର ଆତ୍ମହତ୍ୟା କଲେ ତାହା ଏଯାଏ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ତାଙ୍କୁ କେହି ମାରି ଟାଙ୍ଗି ଦେଇନାହିଁ ତ, ଏ ନେଇ ମଧ୍ୟ ସନ୍ଦେହ ବଢ଼ିବାରେ ଲାଗିଛି।

ପ୍ରାରମ୍ଭିକ ସୂଚନାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଧର୍ମେନ୍ଦ୍ର ତାଙ୍କର ମୋବାଇଲରେ ଥିବା ଭିଡ଼ିଓ ସାମ୍ନାକୁ ଆଣିବା ଲାଗି ସୋସିଆଲ ମିଡ଼ିଆରେ ପୋଷ୍ଟିଂ କରିଛନ୍ତି। ହେଲେ ମୋବାଇଲ୍ ଦୁଇଟ ମିଳିନାହିଁ। ଏଣୁ ସେଥରେ କଣ ତଥ୍ୟ ରହିଥିଲା, ଯାହାକୁ ଧର୍ମେନ୍ଦ୍ର ସାମ୍ନାକୁ ଆଣିପାରିଲେ ନାହିଁ, ତାହା ଏବେ ଘଟଣାକୁ ନାଟକୀୟ ମୋଡ଼ ଦେଇଛି। ଯଦି ମୋବାଇଲରେ ତଥ୍ୟ ଥିଲା, ସେ ମୋବାଇଲ କୁଆଡେ ଗଲା? ଏମିତି ଅନେକ ପ୍ରଶ୍ନ ଉପରେ ପୁଲିସ ଘଣ୍ଟାଚକଟା ଆରମ୍ଭ କରିଛି।

Leave A Reply

Your email address will not be published.