ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ସେନା ବିମାନ

0
  • ଗୋଆରେ ମିଗ୍ ୨୯କେ ବିମାନ ଦୁର୍ଘଟଣା
  • ସମୁଦ୍ରକୁ ଡେଇଁ ଜୀବନ ବଞ୍ଚାଇଲେ ପାଇଲଟ୍
  • ଦ୍ବତୀୟ ଥର ହେଲା ବିମାନ ଦୁର୍ଘଟଣା

ଗୋଆ: ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ସେନାର ମିଗ୍ ୨୯କେ ବିମାନ । ନିୟମିତ ଉଡାଣ ଭରିବା ବେଳେ ଗୋଆର ସମୁଦ୍ର ଉପରେ ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ବିମାନରୁ ଡେଇଁବା ସହ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ପାଇଲଟଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ଭାରତୀୟ ନୌସେନା ସୂଚନା ଦେଇଛି । ତେବେ ଘଟଣାର ତଦନ୍ତ ପାଇଁ ବୋର୍ଡ ଅଫ୍ ଇନକ୍ୱାରୀ କୁ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା କହିଛି ।

ଉଲ୍ଲେଖଯୋଗ୍ୟ, ୨୬ ନଭେମ୍ବର ୨୦୨୦ରେ ମଧ୍ୟ ଗୋଆ ଉପକୂଳ ନିକଟରେ MIG-29K ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିମାନର ଟର୍ବୋ ଚାର୍ଜର, ଇନ୍ଧନ ଟ୍ୟାଙ୍କ, ୱିଙ୍ଗ, ଇଞ୍ଜିନ ସମେତ କିଛି ଭଗ୍ନାବଶେଷ ମିଳିଥିଲା । ଋୁଷ ନିର୍ମିତ ଏହି ବିମାନ ଆଇଏନ୍‌ଏସ୍ ବିକ୍ରମାଦିତ୍ୟରୁ ଉଡାଣ ଭରିଥିଲା । ସନ୍ଧ୍ୟା ପ୍ରାୟ ୫ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Leave A Reply

Your email address will not be published.