ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ଅଳିଆ ଗାଡ଼ିକୁ ଟ୍ରାକ କରିବ ‘ସଫା’ ଆପ୍‍

0
  • ଅଳିଆ ଗାଡିକୁ ଜଗିବ ‘ସଫା’ ଆପ୍‍
  • ସ୍ବଚ୍ଛତାରେ ଆଗକୁ ବଢିବ ରାଜଧାନୀ
  • ଅଳିଆ ଗାଡ଼ିକୁ ଟ୍ରାକ କରିବ ‘ସଫା’ ଆପ୍‍
  • ଘରେ ଘରେ ଲାଗିବ କ୍ୟୁଆର କୋଡ଼

ଭୁବନେଶ୍ବର: ଆହୁରି ସୁନ୍ଦର ଦିଶିବ ସ୍ମାର୍ଟସିଟି । ସ୍ବଚ୍ଛତା ଅଭିଯାନକୁ ଆଉ ପାଦେ ଆଗକୁ ବଢାଇବା ପାଇଁ ଅଣ୍ଟା ଭିଡିଛି ବିଏମସି । ଏଣିକି ଅଳିଆ ଗାଡ଼ିକୁ ଟ୍ରାକ କରିବ ‘ସଫା’ ଆପ୍‍ । ଏଣିକି ଘରେ ଘରେ ଲାଗିବ କ୍ୟୁଆର କୋଡ଼ । ଯାହାଫଳରେ ଅଳିଆ ଗାଡ଼ି ବା ମୁଁ ସଫେଇବାଲା ଗାଡ଼ିକୁ ଜିପିଏସ ମାଧ୍ୟମରେ ଟ୍ରାକ କରାଯିବ ।

ସ୍ବଚ୍ଛତା ଅଭିଯାନକୁ ଅଧିକ ବ୍ୟବସ୍ଥିତ ଓ କ୍ରିୟାଶୀଳ କରିବାକୁ ବିଏମସି ପକ୍ଷରୁ ସଫା ଆପର ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ପ୍ରଥମେ ୱାର୍ଡ ନମ୍ବର ୪୦ ଅନ୍ତର୍ଗତ ୟୁନିଟ-୧ ସରକାରୀ କଲୋନିରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଏହି ‘ସଫା’ ଆପ୍‍ । ପର୍ଯ୍ୟାୟ କ୍ରମେ ଭୁବନେଶ୍ୱର ସହରରେ ସବୁ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ କ୍ୟୁଆର କୋଡ଼ ।

ଅନ୍ୟପଟେ ବିଏମସି ପକ୍ଷରୁ କରାଯାଇଥିବା ‘ସଫା’ ଆପ୍‍ ରେ ‘କ୍ଲିକ୍‍ ଫର କ୍ଲିନ୍‍’ ଥିମ୍‍ ରହିଛି । ଏହି ଆପ୍‍ ରେ ଲୋକମାନେ ସେସ୍ପୁଫଲ୍‍ ଗାଡ଼ି ବୁକ୍‍ କରିପାରିବାର ବ୍ୟବସ୍ଥା ମଧ୍ୟ ରହିଛି । ବିବାହ ବ୍ରତ ଉତ୍ସବର ଆବର୍ଜନା, ଲୋକମାନଙ୍କର ଘରର ବର୍ଜ୍ୟବସ୍ତୁ ବାହାରକୁ ନେବା ପାଇଁ ଏହି ଆପ୍‍ ସାହାଯ୍ୟରେ ଗାଡ଼ି ବୁକିଂ କରି ଅର୍ଥ ପୈଠ କରିପାରିବେ । ଏହି ବ୍ୟବସ୍ଥା ସହିତ ସଫେଇ ସମ୍ପର୍କିତ ସବୁ ପ୍ରକାର ସୁବିଧା ଏଥିରେ ଉପଲବ୍ଧ କରାଯିବ ବୋଲି ଜଣାପଡ଼ିଛି । ଏଥିସହିତ ବିଏମସିର ବିଭିନ୍ନ ସେବା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା, ଅଭିଯୋଗ କରିବା ମଧ୍ୟ ଏହି ଆପ ଜରିଆରେ ହୋଇପାରିବ ।

Leave A Reply

Your email address will not be published.