ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଅଳିଆ ଗାଡ଼ିକୁ ଟ୍ରାକ କରିବ ‘ସଫା’ ଆପ୍‍

0
  • ଅଳିଆ ଗାଡିକୁ ଜଗିବ ‘ସଫା’ ଆପ୍‍
  • ସ୍ବଚ୍ଛତାରେ ଆଗକୁ ବଢିବ ରାଜଧାନୀ
  • ଅଳିଆ ଗାଡ଼ିକୁ ଟ୍ରାକ କରିବ ‘ସଫା’ ଆପ୍‍
  • ଘରେ ଘରେ ଲାଗିବ କ୍ୟୁଆର କୋଡ଼

ଭୁବନେଶ୍ବର: ଆହୁରି ସୁନ୍ଦର ଦିଶିବ ସ୍ମାର୍ଟସିଟି । ସ୍ବଚ୍ଛତା ଅଭିଯାନକୁ ଆଉ ପାଦେ ଆଗକୁ ବଢାଇବା ପାଇଁ ଅଣ୍ଟା ଭିଡିଛି ବିଏମସି । ଏଣିକି ଅଳିଆ ଗାଡ଼ିକୁ ଟ୍ରାକ କରିବ ‘ସଫା’ ଆପ୍‍ । ଏଣିକି ଘରେ ଘରେ ଲାଗିବ କ୍ୟୁଆର କୋଡ଼ । ଯାହାଫଳରେ ଅଳିଆ ଗାଡ଼ି ବା ମୁଁ ସଫେଇବାଲା ଗାଡ଼ିକୁ ଜିପିଏସ ମାଧ୍ୟମରେ ଟ୍ରାକ କରାଯିବ ।

ସ୍ବଚ୍ଛତା ଅଭିଯାନକୁ ଅଧିକ ବ୍ୟବସ୍ଥିତ ଓ କ୍ରିୟାଶୀଳ କରିବାକୁ ବିଏମସି ପକ୍ଷରୁ ସଫା ଆପର ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ପ୍ରଥମେ ୱାର୍ଡ ନମ୍ବର ୪୦ ଅନ୍ତର୍ଗତ ୟୁନିଟ-୧ ସରକାରୀ କଲୋନିରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଏହି ‘ସଫା’ ଆପ୍‍ । ପର୍ଯ୍ୟାୟ କ୍ରମେ ଭୁବନେଶ୍ୱର ସହରରେ ସବୁ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ କ୍ୟୁଆର କୋଡ଼ ।

ଅନ୍ୟପଟେ ବିଏମସି ପକ୍ଷରୁ କରାଯାଇଥିବା ‘ସଫା’ ଆପ୍‍ ରେ ‘କ୍ଲିକ୍‍ ଫର କ୍ଲିନ୍‍’ ଥିମ୍‍ ରହିଛି । ଏହି ଆପ୍‍ ରେ ଲୋକମାନେ ସେସ୍ପୁଫଲ୍‍ ଗାଡ଼ି ବୁକ୍‍ କରିପାରିବାର ବ୍ୟବସ୍ଥା ମଧ୍ୟ ରହିଛି । ବିବାହ ବ୍ରତ ଉତ୍ସବର ଆବର୍ଜନା, ଲୋକମାନଙ୍କର ଘରର ବର୍ଜ୍ୟବସ୍ତୁ ବାହାରକୁ ନେବା ପାଇଁ ଏହି ଆପ୍‍ ସାହାଯ୍ୟରେ ଗାଡ଼ି ବୁକିଂ କରି ଅର୍ଥ ପୈଠ କରିପାରିବେ । ଏହି ବ୍ୟବସ୍ଥା ସହିତ ସଫେଇ ସମ୍ପର୍କିତ ସବୁ ପ୍ରକାର ସୁବିଧା ଏଥିରେ ଉପଲବ୍ଧ କରାଯିବ ବୋଲି ଜଣାପଡ଼ିଛି । ଏଥିସହିତ ବିଏମସିର ବିଭିନ୍ନ ସେବା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା, ଅଭିଯୋଗ କରିବା ମଧ୍ୟ ଏହି ଆପ ଜରିଆରେ ହୋଇପାରିବ ।

Leave A Reply

Your email address will not be published.