ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୯ ଜୀବନ

0

ବେଙ୍ଗାଲୁର: କର୍ଣ୍ଣାଟକର ହାସନ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୋଲିସର କହିବା ମୁତାବକ, ଶନିବାର ପାଖାପାଖି ରାତି ୧୧ଟା ସମୟରେ ଧର୍ମସ୍ଥଳ, ସୁବ୍ରମଣ୍ୟା, ହସନ୍ମା ମନ୍ଦିରରୁ ଦର୍ଶନ ସାରି ଫେରୁଥିବାବେଳେ ଅଟୋକୁ ଏକାବେଳକେ ଯାତ୍ରୀବାହୀ ବସ୍ ଓ ଟ୍ୟାଙ୍କର ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ୯ଜଣଙ୍କର ମୃତ୍ୟୁ ହୋଇଥିଲା।

ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡିଛି । ଅନ୍ୟ ୧୦ଜଣ ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି ।ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ଅଟୋରେ ଥିଲେ, ଯାହା ବସ୍ ଏବଂ ମିଲକ୍ ଟ୍ୟାଙ୍କର୍ ମଧ୍ୟରେ ଚାଲିଥିଲା ​​| ଅଟୋର ସାମ୍ନା ପଟୁ ଆସୁଥିବା ଏକ ମିଲ୍‌କ ଭ୍ୟାନ୍‌ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଛି । ସୂତ୍ରରୁ ପ୍ରକାଶ ଯେ ସେମାନଙ୍କ ମଧ୍ୟରୁ ୬ ଜଣ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ୬ଜଣ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ହୋଇଥିଲେ। ତେବେ ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

Leave A Reply

Your email address will not be published.