ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୯ ଜୀବନ

0

ବେଙ୍ଗାଲୁର: କର୍ଣ୍ଣାଟକର ହାସନ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୋଲିସର କହିବା ମୁତାବକ, ଶନିବାର ପାଖାପାଖି ରାତି ୧୧ଟା ସମୟରେ ଧର୍ମସ୍ଥଳ, ସୁବ୍ରମଣ୍ୟା, ହସନ୍ମା ମନ୍ଦିରରୁ ଦର୍ଶନ ସାରି ଫେରୁଥିବାବେଳେ ଅଟୋକୁ ଏକାବେଳକେ ଯାତ୍ରୀବାହୀ ବସ୍ ଓ ଟ୍ୟାଙ୍କର ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ୯ଜଣଙ୍କର ମୃତ୍ୟୁ ହୋଇଥିଲା।

ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡିଛି । ଅନ୍ୟ ୧୦ଜଣ ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି ।ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ଅଟୋରେ ଥିଲେ, ଯାହା ବସ୍ ଏବଂ ମିଲକ୍ ଟ୍ୟାଙ୍କର୍ ମଧ୍ୟରେ ଚାଲିଥିଲା ​​| ଅଟୋର ସାମ୍ନା ପଟୁ ଆସୁଥିବା ଏକ ମିଲ୍‌କ ଭ୍ୟାନ୍‌ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଛି । ସୂତ୍ରରୁ ପ୍ରକାଶ ଯେ ସେମାନଙ୍କ ମଧ୍ୟରୁ ୬ ଜଣ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ୬ଜଣ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ହୋଇଥିଲେ। ତେବେ ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

Leave A Reply

Your email address will not be published.