ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବଢ଼ିଲା ଓଟିଇଟି ପାଇଁ ଆବେଦନ ତାରିଖ

0

କଟକ,୨୦/୧୦: ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟିର ଆବେଦନ ସମୟ ସୀମାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଗତ ୧୦ ତାରିଖରୁ ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଥିବା ଏହି ଆବେଦନ ପ୍ରକ୍ରିୟାର ଶେଷ ଦିନ ଅକ୍ଟୋବର ୧୯ ତାରିଖ ରାତି ୧୧ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଥିଲା । ଉକ୍ତ ପରୀକ୍ଷା ଲାଗି ଅନେକ ପ୍ରାର୍ଥୀ ଆବେଦନ କରିପାରି ନଥିବାରୁ ବୋର୍ଡ ଏହାକୁ ବିଚାରକୁ ନେଇ ଆସନ୍ତା ୨୬ ତାରିଖ ଯାଏ ଘୁଞ୍ଚାଇ ଥିବା ସୂଚନା ମିଳିଛି । ଏନେଇ ବୁଧବାର ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାର୍ଥୀମାନେ ନିଜ ସ୍ଥାୟୀ ଠିକଣା କିମ୍ବା ସେମାନଙ୍କ ଯୋଗାଯୋଗ ଠିକଣା ଥିବା ଜିଲ୍ଲାରେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.