ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ବଢୁଛି ତାତି, ସକାଳୁଆ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

0

ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ତୀବ୍ର ହେଉଥିବା ପରିପ୍ରେକ୍ଷିତରେ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ଶୁକ୍ରବାରଠାରୁ ସମସ୍ତ ସ୍କୁଲ ସକାଳୁଆ ଚାଲିବ।

ସକାଳ ସାଢ଼େ ୬ଟାରୁ ଶିକ୍ଷାଦାନ ଆରମ୍ଭ ହୋଇ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ। ଏହି ନିୟମ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସମସ୍ତ ସ୍କୁଲ ପାଇଁ ବାଧ୍ୟତାମୂଳକ ରହିବ। ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ ବୋଲି ସୂଚନା ମିଳିଛି। ନିୟମର କଡ଼ାକଡ଼ି ପାଳନ ପାଇଁ ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏପଟେ ରାଜ୍ୟରେ ଖରା ପରିସ୍ଥିତି ଅସମ୍ଭାଳ ହେଉଛି। ଆଜି ଝାରସୁଗୁଡ଼ାରେ ସର୍ବାଧିକ ୪୦.୬ ଡିଗ୍ରୀ ସେଲସିଅସ୍‌ ତାପମାତ୍ରା ରେକର୍ଡ ହୋଇଛି। ଟିଟିଲାଗଡ଼ରେ ୪୦ ଡିଗ୍ରୀ ଥିବାବେଳେ, ହୀରାକୁଦ ଓ ସୋନପୁରରେ ୩୯.୨, ଅନୁଗୁଳରେ ୩୯.୧ ଏବଂ ଭଦ୍ରକ ଓ ବଲାଙ୍ଗିରରେ ୩୯ ଡିଗ୍ରୀ ତାପମାତ୍ରା ରହିଛି। ଅଧିକାଂଶ ସହରରେ ପାରଦ ୩୮ ଡିଗ୍ରୀ ଉପରେ ରହିଛି। ପାଣିପାଗ ବିଭାଗ ଆକଳନ କରିଛି ଯେ ଆସନ୍ତା ୩ ଦିନ ମଧ୍ୟରେ ଖରା ଆହୁରି ବଢ଼ିପାରେ, ଯାହା ଦୃଷ୍ଟିରେ ରଖି ଏହି ସକାଳୁଆ ସ୍କୁଲ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.