ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଏପ୍ରିଲ ୧୦ରେ ରାଜ୍ୟସଭାରେ ଶପଥ ନେବେ ନୀତିଶ କୁମାର

0

ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତା ଏପ୍ରିଲ ୧୦ରେ ଦିଲ୍ଲୀରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ। ଏପ୍ରିଲ ୯ରେ ଦିଲ୍ଲୀ ପହଞ୍ଚି ଦୁଇ-ତିନି ଦିନ ରହିବେ ଏବଂ ଏହି ସମୟରେ ବରିଷ୍ଠ ଦଳୀୟ ନେତାମାନଙ୍କ ସହ ଆଲୋଚନା କରିପାରନ୍ତି। ଶପଥ ପରେ ପଟନା ଫେରି ସେ ମୁଖ୍ୟମନ୍ତ୍ରୀ ପଦରୁ ପଦତ୍ୟାଗ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏହା ସହିତ ମଧ୍ୟ ଏପ୍ରିଲ ମଧ୍ୟରେ ବିହାରରେ ନୂଆ ସରକାର ଗଠନର ସମ୍ଭାବନା ଜୋରଦାର ହୋଇଛି, ଯଦିଓ ଏନେଇ ଆଧିକାରିକ ଘୋଷଣା ହୋଇନାହିଁ।

ଅନ୍ୟପଟେ, ରାଜ୍ୟସଭାରେ ପ୍ରବେଶ ପରେ ନୀତିଶ କୁମାରଙ୍କୁ ଉଚ୍ଚ ସୁରକ୍ଷା ବ୍ୟବସ୍ଥା ମିଳିବ ବୋଲି ରାଜ୍ୟ ଗୃହ ବିଭାଗ ସୂଚନା ଦେଇଛି। ଏହି ପରିବର୍ତ୍ତନ ବିହାରର ରାଜନୀତିକ ପରିସ୍ଥିତିରେ ନୂଆ ପରିବର୍ତ୍ତନ ଆଣିପାରେ ବୋଲି ଚର୍ଚ୍ଚା ଚାଲିଛି।

Leave A Reply

Your email address will not be published.