ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

‘କନ୍ୟା ସୁମଙ୍ଗଳ ଯୋଜନା’, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

0

ଭୁବନେଶ୍ୱର: ରାଜ୍ୟରେ ‘କନ୍ୟା ସୁମଙ୍ଗଳ ଯୋଜନା’ର ଏସଓପି (SOP) ଖୁବ ଶୀଘ୍ର ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଝିଅ ଜନ୍ମ ହେବା ପରେ ଏକ ବର୍ଷ ଭିତରେ ଶିଶୁର ବ୍ୟାଙ୍କ ଖାତାକୁ ସରକାର ପ୍ରଥମ ଆର୍ଥିକ ସହାୟତା ଜମା କରିବେ। ପର୍ଯ୍ୟାୟକ୍ରମେ ସହାୟତା ଦିଆଯାଇ ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କା ଜମା ହୋଇଯିବ। ଏସଓପି ଚୂଡାନ୍ତ ହେବା ପରେ ଯୋଜନାର ସଂପୂର୍ଣ୍ଣ ରୂପରେଖ ଓ ଲାଗୁ ହେବା ପ୍ରକ୍ରିୟା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ଚଳିତ ବର୍ଷର ବଜେଟରେ ଏହି ଯୋଜନା ଘୋଷଣା ହୋଇଥିଲା। ଏହା ମୂଳତଃ ଏଜୁକେସନ ଭିତ୍ତିକ ଯୋଜନା ହୋଇ ଆର୍ଥିକ ଦୁର୍ବଳ ପରିବାରର ଝିଅମାନଙ୍କୁ ସ୍ନାତକ ପର୍ଯ୍ୟନ୍ତ ପଢ଼ା ଜାରି ରଖିବାରେ ସହାୟତା କରିବ।

Leave A Reply

Your email address will not be published.