ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ବାଣ ଗୋଦାମରେ ବିସ୍ଫୋରଣ, ୩ ମୃତ, ୭ ଗୁରୁତର

0

ମଧ୍ୟପ୍ରଦେଶ; ମଧ୍ୟ ପ୍ରଦେଶର ମୁରୈନାରେ ବେଆଇନ୍ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। କୁହାଯାଉଛି କି ବିସ୍ଫୋରଣ ସ୍ଥାନରେ ଏବେ ବି ଅନେକ ଲୋକ ଫସି ରହିଛନ୍ତି । ତେବେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଭିତରେ ଫଶିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।

ସୂଚନା ଅନୁଯାୟୀ, ମୁରୈନାର ବାନାମୈର ନଗରରେ ଥିବା ଏକ ବାଣ ଗୋଦାମରେ ହଠାତ୍ ନିଆଁ ଲାଗିଯିବାରୁ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଦେଖୁ ଦେଖୁ ଗୋଦାମ ଘରଟି ମାଟିରେ ମିଶିଯାଇଥିଲା । ଏହି ବାଣ ଗୋଦାମ ନିକଟରେ କିଛି ଲୋକ ପରିବାର ସହ ଭଡାରେ ମଧ୍ୟ ରହୁଥିଲେ । ସେପଟେ ଦୁର୍ଘଟଣାସ୍ଥଳରେ ଏବେବି ଅଧିକାଂଶ ଲୋକ ଫସି ରହିଥିବାରୁ ମୃତ୍ୟୁସଂଖ୍ୟା ବଢିବା ନେଇ ଆକଳନ କରାଯାଉଛି ।

Leave A Reply

Your email address will not be published.