ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ବାଣ ଗୋଦାମରେ ବିସ୍ଫୋରଣ, ୩ ମୃତ, ୭ ଗୁରୁତର

0

ମଧ୍ୟପ୍ରଦେଶ; ମଧ୍ୟ ପ୍ରଦେଶର ମୁରୈନାରେ ବେଆଇନ୍ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। କୁହାଯାଉଛି କି ବିସ୍ଫୋରଣ ସ୍ଥାନରେ ଏବେ ବି ଅନେକ ଲୋକ ଫସି ରହିଛନ୍ତି । ତେବେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଭିତରେ ଫଶିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।

ସୂଚନା ଅନୁଯାୟୀ, ମୁରୈନାର ବାନାମୈର ନଗରରେ ଥିବା ଏକ ବାଣ ଗୋଦାମରେ ହଠାତ୍ ନିଆଁ ଲାଗିଯିବାରୁ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଦେଖୁ ଦେଖୁ ଗୋଦାମ ଘରଟି ମାଟିରେ ମିଶିଯାଇଥିଲା । ଏହି ବାଣ ଗୋଦାମ ନିକଟରେ କିଛି ଲୋକ ପରିବାର ସହ ଭଡାରେ ମଧ୍ୟ ରହୁଥିଲେ । ସେପଟେ ଦୁର୍ଘଟଣାସ୍ଥଳରେ ଏବେବି ଅଧିକାଂଶ ଲୋକ ଫସି ରହିଥିବାରୁ ମୃତ୍ୟୁସଂଖ୍ୟା ବଢିବା ନେଇ ଆକଳନ କରାଯାଉଛି ।

Leave A Reply

Your email address will not be published.