ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ

0

ଭୁବନେଶ୍ୱର: କୁଶଳୀ, ଅଣକୁଶଳୀ ଏପରି ସମସ୍ତ ବର୍ଗର ଶ୍ରମିକଙ୍କ ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।ଶ୍ରମିକଙ୍କ ଦୈନିକ ମଜୁରୀରେ ୭ ଟଙ୍କା ବୃଦ୍ଧି ହୋଇଛି। କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ୪୧୬ ଟଙ୍କାରୁ ବଢି ୪୨୩ ଟଙ୍କା ହୋଇଛି । ସେହିଭଳି ଅତିକୁଶଳୀଙ୍କ ପାରିଶ୍ରମିକ ୪୭୬ ଟଙ୍କାରୁ ବଢି ୪୮୩ ଟଙ୍କା, ସ୍ୱଳ୍ପ କୁଶଳୀଙ୍କ ମଜୁରୀ ୩୬୬ ଟଙ୍କାରୁ ବଢି ୩୭୩ ଟଙ୍କା ହୋଇଛି । ତେବେ ଅଣକୁଶଳୀଙ୍କ ଦୈନିକ ମଜୁରୀ ୩୨୬ ଟଙ୍କା ଥିବାବଳେ ଏବେ ଏହା ୩୩୩ ଟଙ୍କାରେ ପହଞ୍ଚିଛି । ଏନେଇ ଶ୍ରମ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ; ଏହି ମଜୁରୀ ବୃଦ୍ଧି ଅକ୍ଟୋବର ପହିଲାରୁ ଲାଗୁ ହେବ । ରାଜ୍ୟ ଉପଦେଷ୍ଟା ବୋର୍ଡର ନିଷ୍ପତ୍ତି ଅନୁସାରେ ୨୦୧୯ ଏପ୍ରିଲରୁ ସରକାର ପ୍ରତିବର୍ଷ ମଜୁରୀ ବୃଦ୍ଧି କରିଆସୁଛନ୍ତି । ଏନେଇ ଦୁଇଟି ତାରିଖରେ ମଜୁରୀ ବୃଦ୍ଧି ଘୋଷଣା ହୋଇଥାଏ । ଏପ୍ରିଲ ପହିଲା ଓ ଅକ୍ଟୋବର ପହିଲାରେ ସରକାର ନୂଆ ମଜୁରୀ ଘୋଷଣା କରିଥାନ୍ତି ।

Leave A Reply

Your email address will not be published.