ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ

0

ଭୁବନେଶ୍ୱର: କୁଶଳୀ, ଅଣକୁଶଳୀ ଏପରି ସମସ୍ତ ବର୍ଗର ଶ୍ରମିକଙ୍କ ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।ଶ୍ରମିକଙ୍କ ଦୈନିକ ମଜୁରୀରେ ୭ ଟଙ୍କା ବୃଦ୍ଧି ହୋଇଛି। କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ୪୧୬ ଟଙ୍କାରୁ ବଢି ୪୨୩ ଟଙ୍କା ହୋଇଛି । ସେହିଭଳି ଅତିକୁଶଳୀଙ୍କ ପାରିଶ୍ରମିକ ୪୭୬ ଟଙ୍କାରୁ ବଢି ୪୮୩ ଟଙ୍କା, ସ୍ୱଳ୍ପ କୁଶଳୀଙ୍କ ମଜୁରୀ ୩୬୬ ଟଙ୍କାରୁ ବଢି ୩୭୩ ଟଙ୍କା ହୋଇଛି । ତେବେ ଅଣକୁଶଳୀଙ୍କ ଦୈନିକ ମଜୁରୀ ୩୨୬ ଟଙ୍କା ଥିବାବଳେ ଏବେ ଏହା ୩୩୩ ଟଙ୍କାରେ ପହଞ୍ଚିଛି । ଏନେଇ ଶ୍ରମ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ; ଏହି ମଜୁରୀ ବୃଦ୍ଧି ଅକ୍ଟୋବର ପହିଲାରୁ ଲାଗୁ ହେବ । ରାଜ୍ୟ ଉପଦେଷ୍ଟା ବୋର୍ଡର ନିଷ୍ପତ୍ତି ଅନୁସାରେ ୨୦୧୯ ଏପ୍ରିଲରୁ ସରକାର ପ୍ରତିବର୍ଷ ମଜୁରୀ ବୃଦ୍ଧି କରିଆସୁଛନ୍ତି । ଏନେଇ ଦୁଇଟି ତାରିଖରେ ମଜୁରୀ ବୃଦ୍ଧି ଘୋଷଣା ହୋଇଥାଏ । ଏପ୍ରିଲ ପହିଲା ଓ ଅକ୍ଟୋବର ପହିଲାରେ ସରକାର ନୂଆ ମଜୁରୀ ଘୋଷଣା କରିଥାନ୍ତି ।

Leave A Reply

Your email address will not be published.