ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସଙ୍କ ଇସ୍ତଫା

0

ବ୍ରିଟେନ; ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ। ମାତ୍ର ୪୫ ଦିନ ହେବ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ବେଳେ ଆଜି ଇସ୍ତଫା ଦେଇଛନ୍ତି। ଟ୍ରସ୍‌ ଆଜି ଇସ୍ତଫା ଦେବା ପୂର୍ବରୁ ଗତକାଲି ତାଙ୍କ କ୍ୟାବିନେଟରୁ ଗୃହମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରାବରମନ ଇସ୍ତଫା ଦେଇଥିଲେ।

ସୂଚନା ଅନୁସାରେ ଦେଶର ଆର୍ଥିକ ସଙ୍କଟ ଉଗ୍ର ରୂପ ଧାରଣ କରିଥିବାରୁ ଟ୍ରସ୍‌ଙ୍କ ଉପରେ ଚାପ ବଢ଼ିଥିଲା ଏବଂ ଏହାକୁ ସହ୍ୟ ନକରିପାରି ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଦେଇଛନ୍ତି। ଟ୍ରସ୍‌ କହିଛନ୍ତି, “ଯେଉଁ କାରଣ ପାଇଁ ମୋତେ ଶାସନ କରିବାକୁ କ୍ଷମତା ମିଳିଥିଲା, ମୁଁ ସେ କାମ କରିବାରେ ଅକ୍ଷମ ହୋଇଛି। ଏକଥା ମୁଁ ରାଜାଙ୍କ ସହ ମଧ୍ୟ କଥା ହୋଇଛି। ମୋ ନିଷ୍ପତ୍ତି ସମ୍ପର୍କରେ ତାଙ୍କୁ ଜଣାଇ ଦେଇଛି। ଏବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ଯାଏ ମୁଁ ଏହି ପଦରେ ରହିବି। ସେପଟେ ଟ୍ରସ୍‌ଙ୍କ ଇସ୍ତଫା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ବ୍ରିଟେନର ଶାସନ ଭାର ସମ୍ଭାଳିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.