ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ XBBକୁ ନେଇ ଚିନ୍ତା

0

ନୂଆଦିଲ୍ଲୀ; ପୁଣି ବିଶ୍ବକୁ ଚିନ୍ତାରେ ପକାଇଲା ମହାମାରୀ କରୋନା । ନିକଟରେ ଭାଇରସର ପ୍ରକୋପ ହ୍ରାସ ପାଇଥିବା ବେଳେ ଏବେ ପୁଣି ଥରେ ଉପରମୁହାଁ ହୋଇ ଉଠିଛି । ବିଭିନ୍ନ ଦେଶରେ ନୂଆ ନୂଆ ଭାରିଆଣ୍ଟ ଦେଖିବାକୁ ମିଳୁଛି । ତେବେ ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ XBBକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏହି ଭାରିଆଣ୍ଟ ପାଇଁ କରୋନାର ଏକ ନୂଆ ଲହର ଆସିବାର ସମ୍ଭାବନା ରହିଛି । ଓମିକ୍ରନର XBB ଭାରିଆଣ୍ଟ ଯୋଗୁ କୋଭିଡ ଲହରୀ ପୁଣି ଜାରି ହେବାର ଆଶଙ୍କା ରହିଛି ବୋଲି ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟ ସ୍ବାମୀନାଥନ କହିଛନ୍ତି ବିଶ୍ବର ବିଭିନ୍ନ ଦେଶରେ ଏବେ ଓମିକ୍ରନର ଭାରିଆଣ୍ଟ XBB ମାତିଛି । ଏହାର ଫଳ ସ୍ବରୂପ ପୁଣି ଥରେ ଏକ ଲହରୀ ସୃଷ୍ଟି ହୋଇପାରେ । ସ୍ବାମୀନାଥନ କହିଛନ୍ତି- ଓମିକ୍ରନର ବର୍ତ୍ତମାନ ୩୦୦ରୁ ଅଧିକ ସବଭାରିଆଣ୍ଟ ରହିଛନ୍ତି । ସେମାନଙ୍କ ମଧ୍ୟରେ ସବୁଠାରୁ ମାରାତ୍ମକ ଭୂତାଣୁ ହେଉଛି XBB । ଏହି ମିଶ୍ରିତ ଭାରିଆଣ୍ଟର ପ୍ରତିରୋଧକ ଶକ୍ତି ଅଧିକ ଏବଂ ଆଣ୍ଟିବଡି ଏହା କ୍ଷେତ୍ରରେ ବିଶେଷ ଶକ୍ତିଶାଳୀ ହୋଇ ନଥାଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ BA.5 ଓ BA.1 ଭୂତାଣୁ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ଏହି ଦୁଇ ଭାରିଆଣ୍ଟ ମଧ୍ୟ XBB ପରି ବିପଜ୍ଜନକ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.