ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ XBBକୁ ନେଇ ଚିନ୍ତା

0

ନୂଆଦିଲ୍ଲୀ; ପୁଣି ବିଶ୍ବକୁ ଚିନ୍ତାରେ ପକାଇଲା ମହାମାରୀ କରୋନା । ନିକଟରେ ଭାଇରସର ପ୍ରକୋପ ହ୍ରାସ ପାଇଥିବା ବେଳେ ଏବେ ପୁଣି ଥରେ ଉପରମୁହାଁ ହୋଇ ଉଠିଛି । ବିଭିନ୍ନ ଦେଶରେ ନୂଆ ନୂଆ ଭାରିଆଣ୍ଟ ଦେଖିବାକୁ ମିଳୁଛି । ତେବେ ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ XBBକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏହି ଭାରିଆଣ୍ଟ ପାଇଁ କରୋନାର ଏକ ନୂଆ ଲହର ଆସିବାର ସମ୍ଭାବନା ରହିଛି । ଓମିକ୍ରନର XBB ଭାରିଆଣ୍ଟ ଯୋଗୁ କୋଭିଡ ଲହରୀ ପୁଣି ଜାରି ହେବାର ଆଶଙ୍କା ରହିଛି ବୋଲି ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟ ସ୍ବାମୀନାଥନ କହିଛନ୍ତି ବିଶ୍ବର ବିଭିନ୍ନ ଦେଶରେ ଏବେ ଓମିକ୍ରନର ଭାରିଆଣ୍ଟ XBB ମାତିଛି । ଏହାର ଫଳ ସ୍ବରୂପ ପୁଣି ଥରେ ଏକ ଲହରୀ ସୃଷ୍ଟି ହୋଇପାରେ । ସ୍ବାମୀନାଥନ କହିଛନ୍ତି- ଓମିକ୍ରନର ବର୍ତ୍ତମାନ ୩୦୦ରୁ ଅଧିକ ସବଭାରିଆଣ୍ଟ ରହିଛନ୍ତି । ସେମାନଙ୍କ ମଧ୍ୟରେ ସବୁଠାରୁ ମାରାତ୍ମକ ଭୂତାଣୁ ହେଉଛି XBB । ଏହି ମିଶ୍ରିତ ଭାରିଆଣ୍ଟର ପ୍ରତିରୋଧକ ଶକ୍ତି ଅଧିକ ଏବଂ ଆଣ୍ଟିବଡି ଏହା କ୍ଷେତ୍ରରେ ବିଶେଷ ଶକ୍ତିଶାଳୀ ହୋଇ ନଥାଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ BA.5 ଓ BA.1 ଭୂତାଣୁ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ଏହି ଦୁଇ ଭାରିଆଣ୍ଟ ମଧ୍ୟ XBB ପରି ବିପଜ୍ଜନକ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.