ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ରାଜ୍ୟ ରୁ ଫେରିଗଲା ମୌସୁମୀ ବାୟୁ

0
  • ବାଂଲାଦେଶ – ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ବାତ୍ୟା ଯିବ !
  • ଓଡ଼ିଶା ଉପକୂଳ ନିକଟସ୍ଥ ସମୁଦ୍ର ରେ ସମାନ୍ତରାଳ ଭାବେ ଗତି କରିବ
  • ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶ ରୁ ବିଦାୟ ନେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର; ଗତ କାଲି ଉତ୍ତର ଆଣ୍ଡମାନ ସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ରହିଥିବା ଲଘୁଚାପ କ୍ଷେତ୍ର ଆଜି ସେହି ଅଞ୍ଚଳ ରେ କେନ୍ଦ୍ରୀଭୂତ ରହିଛି । ଆସନ୍ତା କାଲି ଏହି କ୍ଷେତ୍ର ପୂର୍ବ କେନ୍ଦ୍ରୀୟ ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଗୋଟିଏ ଡିପ୍ରେଶନ ର ରୂପ ନେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହେବ । ୨୩ ରେ ଡିପ ଡିପ୍ରେଶନ ର ରୂପ ନେବାର ସମ୍ଭାବନା ରହିଛି ଓ ୨୪ ରେ ଏହି କ୍ଷେତ୍ର ବାତ୍ୟା ରୂପ ଧାରଣ କରିବା ସମ୍ଭାବନା ରହିଛି। ବାତ୍ୟା ରୂପ ନେବା ପରେ ଏହା ଦିଗ ପରିବର୍ତ୍ତନ କରି ପ୍ରଥମେ ଉତ୍ତର ଓ ପରେ ଉତ୍ତର ଉତ୍ତର ପୂର୍ବ ଦିଗ ରେ ଓଡ଼ିଶା ଉପକୂଳ ନିକଟସ୍ଥ ସମୁଦ୍ର ରେ ଗତି କରି ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳ ଆଡ଼କୁ ଗତି କରିବ ଓ ପରିସ୍ଥିତି ଅନୁକୂଳ ଥିବା ହେତୁ ବାତ୍ୟା ସୃଷ୍ଟି ହେବା ପରେ ଆଉ ଟିକେ ଘନୀଭୂତ ହୋଇପାରେ ।

ତେଣୁ ଓଡ଼ିଶା ରେ ବାତ୍ୟା ର ସିଧାସଳଖ ପ୍ରଭାବ ରହିବ ନାହିଁ ବୋଲି ଅଧିକାଂଶ ମଡେ଼ଲ ଦର୍ଶାଉଛନ୍ତି। ତେବେ ଉପକୂଳ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ସମେତ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ୨୩ ରୁ ୨୬ ଯାଏଁ ଆକାଶ ମେଘାଚ୍ଛନ୍ନ ରହିବା ସମ୍ଭାବନା ରହିଛି। ଏହି ସମୟ ରେ ଉପକୂଳ ଓଡ଼ିଶା ର କିଛି ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ୨୪-୨୫ ରେ ଉତ୍ତର ଉପକୂଳ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ନିକଟତମ ଜିଲ୍ଲା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ପୁରୀ ଠାରୁ ବାଲେଶ୍ଵର ଉପକୂଳ ଓ ନିକଟସ୍ଥ ଅଞ୍ଚଳରେ ବର୍ଷା ର ପରିମାଣ ଅଧିକ ରହିପାରେ। ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଯାଜପୁର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ , କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ ଇତ୍ୟାଦି ସ୍ଥାନ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଏହି ସମୟ ରେ ପାଗ କୋହୋଲା ରହିବା ସହ ଉପକୁଳ ଓଡ଼ିଶା ଓ ନିକଟତର ଅଞ୍ଚଳ ରେପବନ ର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ରହିବା ସମ୍ଭାବନା ରହିଛି ଏବଂ ଉତ୍ତର ପଶ୍ଚିମ ତତ୍ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ୨୨ ରୁ ସମୁଦ୍ର କୁ ଯିବା ମନାକରାଯାଇଛି।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.