ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଜମ ଖାନ୍

0
  • ୩ ବର୍ଷ ଜେଲ ଯିବେ ଆଜମ ଖାନ୍
  • ସମାଜବାଦୀ ନେତା ଅଛନ୍ତି ଆଜମ ଖାନ
  • ଘୃଣା ଓ ଉସୁକାଇଲା ଭଳି ଦେଇଥିଲେ ଭାଷଣ
  • ଭାଷଣ ବିରୋଧରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ

ଉତ୍ତରପ୍ରଦେଶ; ବଢ଼ିଲା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଅଡୁଆ। ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସପା ବିଧାୟକ ଆଜମ ଖାନ୍ । ଉତ୍ତରପ୍ରଦେଶର ଏକ କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୯ରେ ଆଜମଖାନ୍‌ଙ୍କ ବିରୋଧରେ ହେଟ ସ୍ପିଚ ଅଭିଯୋଗ ଆସିଥିଲା । ସେ ଉତ୍ତରପ୍ରଦେଶର ରାମପୁରରେ ଘୃଣା ଓ ଉସକାଇଲା ଭଳି ଭାଷଣ ଦେଇଥିଲେ ।

ସୂଚନା ଅନୁଯାୟୀ ୨୦୧୯ ଏପ୍ରିଲ ୭ ତାରିଖରେ ରାମପୁରର ମହମ୍ମଦ ଆଜାମ ଖାନ ତାଙ୍କ ନିର୍ବାଚନ ସଭାରେ ଭାଷଣ ଦେବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ତାଙ୍କର ଏହି ଭାଷଣ ବିରୋଧ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ବିଜେପି ନେତା ଅଜୟ ସକ୍‌ସେନା ଏହାକୁ ନେଇ ଆଜମ ଖାନ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏଥିସହ ଆଜମ ଖାନ୍‌ଙ୍କ ବିରୋଧରେ ନିର୍ବାଚନ ଆୟୋଗର ଭିଡିଓ ଟିମ୍ ଇନ୍‌ଚାର୍ଜ ଦ୍ୱାରା ଏକ ଏଫ୍‌ଆଇର୍ ମଧ୍ୟ ରୁଜୁ କରାଯାଇଥିଲା। ଆଜି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ। ଆଜାମ ଖାନଙ୍କ ବିରୋଧରେ ହେଟ୍ ସ୍ପିଚ୍ ଦେବା ଓ ଘୃଣା ସୃଷ୍ଟି କରାଇବା ଭଳି ଗୁରୁତର ମାମଲା ରୁଜୁ କରାଯାଇଥିଲା। ସେପଟେ ଆଜମ ଖାନ୍‌ଙ୍କୁ ୩ ବର୍ଷ ଜେଲ ହୋଇଥିବାରୁ ସେ ବିଧାନସଭା ପଦ ହରାଇ ପାରନ୍ତି । ଆଜମ ଖାନ୍‌ଙ୍କ ବିରୋଧରେ ପ୍ରାୟ ୯୦ଟି ମାମଲା ରହିଛି । ଏହି ମାମଲା ମଧ୍ୟରେ ଚୋରି ଓ ଦୁର୍ନୀତି ଆଦି ରହିଛି।

Leave A Reply

Your email address will not be published.