ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କମୁଛି ମାର୍କ ଜୁକରବର୍ଗଙ୍କ ସମ୍ପତି

0

ମୁମ୍ବାଇ; ସାଥ୍‌ ଦେଉନି ମାର୍କ ଜୁକରବର୍ଗଙ୍କ ଭାଗ୍ୟ । ଦିନକୁ ଦିନ ଗରିବ ହେଉଛନ୍ତି ମେଟାର ସିଇଓ ତଥା କୋଟିପତି ଜୁକରବର୍ଗ । ତାଙ୍କ ସମ୍ପତିର ମୂଲ୍ୟ ଦିନକୁ ଦିନ କମିବାରେ ଲାଗିଛି । ଷ୍ଟକ ମାର୍କେଟ୍‌ରେ ତାଙ୍କ ସମ୍ପତିର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । କେବେଳ ୨୦୨୨ ରେ ଜୁକରବର୍ଗ ୭୬.୬ ବିଲିୟନ ଡଲାରର କ୍ଷତି ସହିଛନ୍ତି । ଏହା ତାଙ୍କ ମୂଳ ସମ୍ପତିର ୬୧ ପ୍ରତିଶତ ରହିଛି । ଏପରିକି ଗୋଟିଏ ଦିନରେ ତାଙ୍କର ସମ୍ପତ୍ତି ୨୦୭ ବିଲିୟନ ଡଲାର ହ୍ରାସ ପାଇଥିଲା ବୋଲି ବ୍ଲୁମବର୍ଗ ବିଲିୟନାରିସ୍‌ ଇଣ୍ଡେକ୍ସ ପକ୍ଷରୁ କୁହାଯାଇଛି ।

ଜୁକରବର୍ଗ ଏବେ ୪୮.୯ ବିଲିୟନ ଡଲାର ସମ୍ପତି ସହ ବିଶ୍ୱର ୨୩ତମ ଧନୀ ବ୍ୟକ୍ତି ଅଛନ୍ତି । ଏହା ପୂର୍ବରୁ ଅର୍ଥାତ ୨୦୨୦ ଅଗଷ୍ଟରେ ତାଙ୍କର ସମ୍ପତ୍ତିର ନେଟ ମୂଲ୍ୟ ଥିଲା ୧୦୨ ବିଲିୟନ ଏବଂ ସେ ଥିଲେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି । ୨୦୨୨ ଜୁଲାଇରୁ ସେପ୍ଟେମ୍ବରରେ ମେଟାର ମୂଲ୍ୟ ୫୨ ପ୍ରତିଶତ ହ୍ରାସ ପାଇ ୪.୪ ବିଲିୟନ ଲାଭରେ ଥିଲା ।

ଏ ନେଇ ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି, ଏବେ ଆମେ ପଛରେ ଅଛୁ, କିନ୍ତୁ ଆସନ୍ତା ବର୍ଷ ଆମର ସ୍ଥିତିରେ ସୁଧାର ଆସିବ ଏବଂ ରେଭିନ୍ୟୁ ଗ୍ରୋଥ ହେବ । ଦ୍ରୁତ ପ୍ରତିଯୋଗିତା ତଥା ବିଜ୍ଞାପନ ଅଭାବ ଏବଂ ଦୀର୍ଘକାଳୀନ ପୁଞ୍ଜି ନିବେଶ ଆମ ପାଇଁ ଏହା ଏକ ଚାଲେଞ୍ଜ । ତଥାପି ଆମ ପ୍ରଡକ୍ଟ ଭଲ ଟ୍ରେଣ୍ଡ କରୁଛି । ତେଣୁ ଆଗକୁ ସ୍ଥିତି ଭଲ ହୋଇପାରେ । ତେବେ ଆଗକୁ ଜୁକରବର୍ଗଙ୍କ ସମ୍ପତି ବୃଦ୍ଧି ହେଉଛି ନାଁ ହ୍ରାସ ପାଉଛି ତାହାକୁ ଅପେକ୍ଷା ।

Leave A Reply

Your email address will not be published.