ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

କମୁଛି ମାର୍କ ଜୁକରବର୍ଗଙ୍କ ସମ୍ପତି

0

ମୁମ୍ବାଇ; ସାଥ୍‌ ଦେଉନି ମାର୍କ ଜୁକରବର୍ଗଙ୍କ ଭାଗ୍ୟ । ଦିନକୁ ଦିନ ଗରିବ ହେଉଛନ୍ତି ମେଟାର ସିଇଓ ତଥା କୋଟିପତି ଜୁକରବର୍ଗ । ତାଙ୍କ ସମ୍ପତିର ମୂଲ୍ୟ ଦିନକୁ ଦିନ କମିବାରେ ଲାଗିଛି । ଷ୍ଟକ ମାର୍କେଟ୍‌ରେ ତାଙ୍କ ସମ୍ପତିର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । କେବେଳ ୨୦୨୨ ରେ ଜୁକରବର୍ଗ ୭୬.୬ ବିଲିୟନ ଡଲାରର କ୍ଷତି ସହିଛନ୍ତି । ଏହା ତାଙ୍କ ମୂଳ ସମ୍ପତିର ୬୧ ପ୍ରତିଶତ ରହିଛି । ଏପରିକି ଗୋଟିଏ ଦିନରେ ତାଙ୍କର ସମ୍ପତ୍ତି ୨୦୭ ବିଲିୟନ ଡଲାର ହ୍ରାସ ପାଇଥିଲା ବୋଲି ବ୍ଲୁମବର୍ଗ ବିଲିୟନାରିସ୍‌ ଇଣ୍ଡେକ୍ସ ପକ୍ଷରୁ କୁହାଯାଇଛି ।

ଜୁକରବର୍ଗ ଏବେ ୪୮.୯ ବିଲିୟନ ଡଲାର ସମ୍ପତି ସହ ବିଶ୍ୱର ୨୩ତମ ଧନୀ ବ୍ୟକ୍ତି ଅଛନ୍ତି । ଏହା ପୂର୍ବରୁ ଅର୍ଥାତ ୨୦୨୦ ଅଗଷ୍ଟରେ ତାଙ୍କର ସମ୍ପତ୍ତିର ନେଟ ମୂଲ୍ୟ ଥିଲା ୧୦୨ ବିଲିୟନ ଏବଂ ସେ ଥିଲେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି । ୨୦୨୨ ଜୁଲାଇରୁ ସେପ୍ଟେମ୍ବରରେ ମେଟାର ମୂଲ୍ୟ ୫୨ ପ୍ରତିଶତ ହ୍ରାସ ପାଇ ୪.୪ ବିଲିୟନ ଲାଭରେ ଥିଲା ।

ଏ ନେଇ ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି, ଏବେ ଆମେ ପଛରେ ଅଛୁ, କିନ୍ତୁ ଆସନ୍ତା ବର୍ଷ ଆମର ସ୍ଥିତିରେ ସୁଧାର ଆସିବ ଏବଂ ରେଭିନ୍ୟୁ ଗ୍ରୋଥ ହେବ । ଦ୍ରୁତ ପ୍ରତିଯୋଗିତା ତଥା ବିଜ୍ଞାପନ ଅଭାବ ଏବଂ ଦୀର୍ଘକାଳୀନ ପୁଞ୍ଜି ନିବେଶ ଆମ ପାଇଁ ଏହା ଏକ ଚାଲେଞ୍ଜ । ତଥାପି ଆମ ପ୍ରଡକ୍ଟ ଭଲ ଟ୍ରେଣ୍ଡ କରୁଛି । ତେଣୁ ଆଗକୁ ସ୍ଥିତି ଭଲ ହୋଇପାରେ । ତେବେ ଆଗକୁ ଜୁକରବର୍ଗଙ୍କ ସମ୍ପତି ବୃଦ୍ଧି ହେଉଛି ନାଁ ହ୍ରାସ ପାଉଛି ତାହାକୁ ଅପେକ୍ଷା ।

Leave A Reply

Your email address will not be published.