ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ର ଅବଧି

0

ଭୁବନେଶ୍ବର; ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାର ଅବଧି ଆହୁରି ମାସେ ବଢିଲା । ଅବଧି ବଢ଼ାଇବା ନେଇ ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ତେବେ ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିଛନ୍ତି ସରକାର । ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ହେଉଛି ଶେଷ ତାରିଖ । ୫, ୬ ଥିଲେ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ମିଳିବ । ସେହିପରି ୭, ୮ ଥିଲେ ଜାନୁଆରୀ ୩୧ ଶେଷ ତାରିଖ । ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ, ଫେବ୍ରୁଆରୀ ୨୮ ହେଉଛି ଶେଷ ତାରିଖ । ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ପୂର୍ବରୁ ନମ୍ବର ପ୍ଲେଟକୁ ନେଇ ବିରୋଧ ହେବା ପରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ସାଧାରଣ ଲୋକେ । ସେତେବେଳେ ମାସେ ପାଇଁ ଅବଧିକୁ ବଢ଼ାଇଥିଲେ ସରକାର । ଏଥିସହିତ ଲୋକଙ୍କ ସୁବିଧା ପାଇଁ ଡେଡଲାଇନ୍ ବଢ଼ାଯାଇଛି ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ । ତେବେ ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନଥିଲେ ଲୋକେ । ସେମାନଙ୍କ ଦାବି ଥିଲା ଅବଧି ଆହୁରି ବଢାଯାଉ, ତାପରେ ନିୟମ କଡ଼ାକଡି କରନ୍ତୁ ସରକାର ।

Leave A Reply

Your email address will not be published.