ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ର ଅବଧି

0

ଭୁବନେଶ୍ବର; ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାର ଅବଧି ଆହୁରି ମାସେ ବଢିଲା । ଅବଧି ବଢ଼ାଇବା ନେଇ ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ତେବେ ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିଛନ୍ତି ସରକାର । ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ହେଉଛି ଶେଷ ତାରିଖ । ୫, ୬ ଥିଲେ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ମିଳିବ । ସେହିପରି ୭, ୮ ଥିଲେ ଜାନୁଆରୀ ୩୧ ଶେଷ ତାରିଖ । ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ, ଫେବ୍ରୁଆରୀ ୨୮ ହେଉଛି ଶେଷ ତାରିଖ । ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ପୂର୍ବରୁ ନମ୍ବର ପ୍ଲେଟକୁ ନେଇ ବିରୋଧ ହେବା ପରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ସାଧାରଣ ଲୋକେ । ସେତେବେଳେ ମାସେ ପାଇଁ ଅବଧିକୁ ବଢ଼ାଇଥିଲେ ସରକାର । ଏଥିସହିତ ଲୋକଙ୍କ ସୁବିଧା ପାଇଁ ଡେଡଲାଇନ୍ ବଢ଼ାଯାଇଛି ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ । ତେବେ ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନଥିଲେ ଲୋକେ । ସେମାନଙ୍କ ଦାବି ଥିଲା ଅବଧି ଆହୁରି ବଢାଯାଉ, ତାପରେ ନିୟମ କଡ଼ାକଡି କରନ୍ତୁ ସରକାର ।

Leave A Reply

Your email address will not be published.