ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ନଭେମ୍ବର ୧ରେ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା !

0

ନୂଆଦିଲ୍ଲୀ; ଗୁଜରାଟ ନିର୍ବାଚନକୁ ନେଇ ଚାଲିଛି ଜୋରସୋର୍‌ରେ ପ୍ରସ୍ତୁତି । ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟ ବିଧାନସଭାର ୧୮୨ଟି ସିଟ୍ ପାଇଁ ନିର୍ବାଚନ ହେବ । ସେପଟେ ନିର୍ବାଚନ ତାରିଖ ଘୋଷଣାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ତେବେ ନଭେମ୍ବର ୧ରେ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ନିର୍ବାଚନ ତରିଖ ଘୋଷଣା ହେବା ପରେ ଗୁଜରାଟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ ।

ସୂଚନା ମୁତାବକ, ଗୁଜରାଟ ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ । ଡିସେମ୍ବର ୧ ଓ ୨ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଓ ୪-୫ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ କରାଯିବ। ଡିସେମ୍ବର ୮ରେ ଫଳାଫଳ ଆସିବ ବୋଲି ଆକଳନ କରାଯାଉଛି। ଏଥର ଗୁଜରାଟ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ । ବିଜେପି, କଂଗ୍ରସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ହେବ କଡା ଟକ୍କର୍ । ୨୦୧୭ ବିଧାନସଭା ନିର୍ବାଚନରେ ୧୮୨ଟି ସିଟ୍ ମଧ୍ୟରୁ ବିଜେପି ୯୯ସିଟ୍ ରେ ବିଜୟ ହାସଲ କରିଥିଲା। କଂଗ୍ରେସ୍‌କୁ ୭୭ଟି ସିଟ୍ ମିଳିଥିଲା ।

Leave A Reply

Your email address will not be published.