ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆସନ୍ତା ୩୧ରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

0

ଭୁବନେଶ୍ବର; ଆସନ୍ତା୩୧ ତାରିଖରୁ କୋରାପୁଟ ଜିଲ୍ଲା ଜୟପୁରକୁ ବିମାନ ଉଡ଼ିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ। ଯାତ୍ରୀମାନେ indiaoneair.com ୱେବସାଇଟରେ ଟିକେଟ ବୁକିଂ କରିପାରିବେ। ତାହା ପୁଣି ମାତ୍ର ୯୯୯ ଟଙ୍କାରେ। ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ଏରୋଡ୍ରମ୍ ଲାଇସେନ୍ସ ପ୍ରଦାନ କରିଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) । ଜୟପୁରକୁ ‘ଉଡାନ୍’ ଯୋଜନାରେ ଇଣ୍ଡିଆ ଓ୍ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇଦେବା ନେଇ ପୂର୍ବରୁ ଘୋଷଣା କରିସାରିଛି। ଏଥିପାଇଁ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ବି ଶେଷ ହୋଇଥିଲା।

ସେହିପରି ଆସନ୍ତା ୨୦୨୩ ନୂଆବର୍ଷରୁ ଭୁବନେଶ୍ୱର ଓ ଗୌହାଟୀ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବ । ଜାନୁୟାରୀ ୧ରୁ ପ୍ରତ୍ୟେକ ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଚଳାଚଳ କରିବ । ଏନେଇ ଏୟାରଲାଇନ୍ସ ଦ୍ୱାରା ନିଜସ୍ୱ ୱେବସାଇଟରେ ସୂଚନା ଦିଆଯାଇଛି । ୨୦୨୦ ମାର୍ଚ୍ଚ ମାସରେ କୋଭିଡ୍ ମହାମାରୀଜନିତ ଲକଡାଉନ୍ ଯୋଗୁ ଭୁବନେଶ୍ୱର-ଗୌହ୍ୱାଟୀ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା ।

Leave A Reply

Your email address will not be published.