ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ସଲମାନ ଖାନଙ୍କୁ ମିଳିଲା ‘Y+’ ସୁରକ୍ଷା

0

ମୁମ୍ବାଇ; ବଢିଲା ବଲିଉଡର ଭାଇଜାନଙ୍କ ସୁରକ୍ଷା ବ୍ୟବସ୍ଥା । ସଲମାନଙ୍କ ଖାନ୍‌ଙ୍କ ଜୀବନ ପ୍ରତି ରହିଛି ବିପଦ । ତାଙ୍କୁ ବାରମ୍ବାର ଗ୍ୟାଙ୍ଗଷ୍ଟର ତରଫରୁ ଧମକ ମିଳୁଛି । ଏଥିପାଇଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ତାଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରିଛି ମୁମ୍ବାଇ ପୋଲିସ ।

ଉଲ୍ଲେଖ‌ଯୋଗ୍ୟ; ପୂର୍ବରୁ ବଲିଉଡ ଅଭିନେତାଙ୍କୁ ହତ୍ୟା ଧମକ ମିଳିବା ପରେ X କ୍ୟାଟେଗୋରୀର ସୁରକ୍ଷା ଦିଆଯାଇଥିଲା । ସୂଚନା ଅନୁଯାୟୀ, କିଛି ଦିନ ତଳେ ସଲମାନ ଖାନ୍‌ଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା କଡା କଡି କରାଯାଇଥିଲା । ମାତ୍ର ଅଭିନେତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ଏବେ ତାଙ୍କର ସୁରକ୍ଷାକୁ ପୂର୍ବାପେକ୍ଷା ଅଧିକ ଟାଇଟ୍ କରାଯାଇଛି ।

ଏବେ କିନ୍ତୁ ମୁମ୍ବାଇ ପୁଲିସର ସୁରକ୍ଷା ବ୍ରାଞ୍ଚ ସଲମାନଙ୍କୁ ‘Y+’ କ୍ୟାଟେଗୋରୀର ସୁରକ୍ଷା ପ୍ରଦାନ କରିଛି । ଏହାପୂର୍ବରୁ ସଲମାନ ଖାନଙ୍କ ସହ ଜଣେ ପୁଲିସ ଗାର୍ଡ ସବୁବେଳେ ଅସ୍ତ୍ରଶସ୍ତ୍ରରେ ରହିଥିଲେ । କିନ୍ତୁ ବର୍ତ୍ତମାନ ସଲମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇ ଜଣ ପୁଲିସ ଗାର୍ଡ ଅଭିନେତାଙ୍କୁ ୨୪ ଘଣ୍ଟା ସୁରକ୍ଷା ଦେବେ ବୋଲି ସୂଚନା ମିଳୁଛି।

Leave A Reply

Your email address will not be published.