ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସଲମାନ ଖାନଙ୍କୁ ମିଳିଲା ‘Y+’ ସୁରକ୍ଷା

0

ମୁମ୍ବାଇ; ବଢିଲା ବଲିଉଡର ଭାଇଜାନଙ୍କ ସୁରକ୍ଷା ବ୍ୟବସ୍ଥା । ସଲମାନଙ୍କ ଖାନ୍‌ଙ୍କ ଜୀବନ ପ୍ରତି ରହିଛି ବିପଦ । ତାଙ୍କୁ ବାରମ୍ବାର ଗ୍ୟାଙ୍ଗଷ୍ଟର ତରଫରୁ ଧମକ ମିଳୁଛି । ଏଥିପାଇଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ତାଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରିଛି ମୁମ୍ବାଇ ପୋଲିସ ।

ଉଲ୍ଲେଖ‌ଯୋଗ୍ୟ; ପୂର୍ବରୁ ବଲିଉଡ ଅଭିନେତାଙ୍କୁ ହତ୍ୟା ଧମକ ମିଳିବା ପରେ X କ୍ୟାଟେଗୋରୀର ସୁରକ୍ଷା ଦିଆଯାଇଥିଲା । ସୂଚନା ଅନୁଯାୟୀ, କିଛି ଦିନ ତଳେ ସଲମାନ ଖାନ୍‌ଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା କଡା କଡି କରାଯାଇଥିଲା । ମାତ୍ର ଅଭିନେତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ଏବେ ତାଙ୍କର ସୁରକ୍ଷାକୁ ପୂର୍ବାପେକ୍ଷା ଅଧିକ ଟାଇଟ୍ କରାଯାଇଛି ।

ଏବେ କିନ୍ତୁ ମୁମ୍ବାଇ ପୁଲିସର ସୁରକ୍ଷା ବ୍ରାଞ୍ଚ ସଲମାନଙ୍କୁ ‘Y+’ କ୍ୟାଟେଗୋରୀର ସୁରକ୍ଷା ପ୍ରଦାନ କରିଛି । ଏହାପୂର୍ବରୁ ସଲମାନ ଖାନଙ୍କ ସହ ଜଣେ ପୁଲିସ ଗାର୍ଡ ସବୁବେଳେ ଅସ୍ତ୍ରଶସ୍ତ୍ରରେ ରହିଥିଲେ । କିନ୍ତୁ ବର୍ତ୍ତମାନ ସଲମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇ ଜଣ ପୁଲିସ ଗାର୍ଡ ଅଭିନେତାଙ୍କୁ ୨୪ ଘଣ୍ଟା ସୁରକ୍ଷା ଦେବେ ବୋଲି ସୂଚନା ମିଳୁଛି।

Leave A Reply

Your email address will not be published.