ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

କେମିତି ରହିବ ନଭେମ୍ବର ମାସ ର ପାଣିପାଗ?

0

ଭୁବନେଶ୍ବର; ଆଜି ଭାରତୀୟ ପାଣିପାଗ ବିଭାଗ ତରଫ ରୁ ନଭେମ୍ବର ମାସ ପାଇଁ ଦୀର୍ଘ କାଳୀନ ପାଣିପାଗ ଆକଳନ ଜାରି କରାଯାଇଛି। ଆକଳନ ଅନୁସାରେ ଚଳିତ ମାସ ରେ ଦେଶ ର ଅଧିକାଂଶ ସ୍ଥାନ ରେ ସ୍ଵାଭାବିକ କିମ୍ବା ସ୍ଵାଭାବିକ ଠାରୁ ଅଧିକ ବର୍ଷା ର ପ୍ରଭାବ ରହିବ। କେବଳ ଦକ୍ଷିଣ ଭାରତ ର କିଛି ଅଞ୍ଚଳ, ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବ ଭାରତ ର କିଛି ଅଞ୍ଚଳ ରେ କମ୍ ବର୍ଷା ହୋଇପାରେ।

ସେହିପରି ଚଳିତ ମାସ ରେ ସର୍ବୋଚ୍ଚ ତାପମାତ୍ରା (ଦିନ ତାପମାତ୍ରା) ଦେଶର ଅଧିକାଂଶ ସ୍ଥାନ ରେ ସ୍ଵାଭାବିକ କିମ୍ବା କମ୍ ରହିପାରେ, କେବଳ ଉତ୍ତର ପୂର୍ବ , ଉତ୍ତର ପଶ୍ଚିମ ଭାରତ ର ଅନେକ ଅଞ୍ଚଳ ସହ ପୂର୍ବ ଭାରତ ର କିଛି ଅଞ୍ଚଳ ରେ ଦିନ ତାପମାତ୍ରା ସ୍ଵାଭାବିକ କିମ୍ୱା ଏହା ଠାରୁ ଅଧିକ ରହିବାର ସମ୍ଭାବନା ଅଛି।
ଅନ୍ୟପକ୍ଷେ ସର୍ବନିମ୍ନ ତାପମାତ୍ରା (ରାତି ତାପମାତ୍ରା) ଦେଶ ର ଅଧିକାଂଶ ସ୍ଥାନ ରେ ସ୍ଵାଭାବିକ କିମ୍ୱା ଏହା ଠାରୁ ଅଧିକ ରହିପାରେ । କେବଳ ଉତ୍ତର ପଶ୍ଚିମ ଭାରତ ଓ ହିମାଳୟ ପାଦ ଦେଶ କିଛି ଅଞ୍ଚଳ ରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ କମ୍ ରହିବ।

ଓଡ଼ିଶା ରେ ନଭେମ୍ବର ମାସ ରେ ବର୍ଷା ର ପ୍ରଭାବ ରହିବ। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା ରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶା ର ଅଧିକାଂଶ ଅଞ୍ଚଳ ସହ ଉତ୍ତର ଓ ଉତ୍ତର ଉପକୂଳ ଓଡ଼ିଶା ରେ ସ୍ଵାଭାବିକ କିମ୍ବା ସ୍ଵାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶା ର ଅନେକ ଅଞ୍ଚଳ ରେ ସ୍ଵାଭାବିକ ବର୍ଷା ସମ୍ଭାବନା ରହିଛି। ସେହିପରି ନଭେମ୍ବର ମାସ ରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବା ହେତୁ ଶୀତ ର ପ୍ରଭାବ କମ୍ ରହିବା ସମ୍ଭାବନା ରହିଛି।

ବର୍ତ୍ତମାନ ବିଷୁବ ରେଖୀୟ ପ୍ରଶାନ୍ତ ମହାସାଗର ରେ ଲା ନିନା ସ୍ଥିତି ଓ ଭାରତ ମହାସାଗର ରେ ନେଗେଟିଭ ଆଇ ଓ ଡି ରହିଛି। ଗ୍ଲୋବାଲ ମଡେଲ ଙ୍କ ଆକଳନ ଅନୁଯାୟୀ ଆସନ୍ତା ସିଜିନ ଯାଏଁ ଲା ନିନା ସ୍ଥିତି ରହିବ ଏବଂ ନେଗେଟିଭ ଆଇ ଓ ଡି ଆସନ୍ତା ମାସ ମାନଙ୍କରେ ଦୁର୍ବଳ ହୋଇଯିବ।

ସାର୍ଥକ ମିଶ୍ର

Leave A Reply

Your email address will not be published.