ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲକଡାଉନ

0

ଇସଲାମାବାଦ; ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସ୍ଥିତି ଅଣାୟତ ହୋଇପଡ଼ିବା ଯୋଗୁଁ ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ସହବାଜ ସରକାରଙ୍କ ସୁପାରିଶ ଅନୁସାରେ ଏହି ସମ୍ପୂର୍ଣ୍ଣ ଅଞ୍ଚଳ ସିଲ୍ କରିଦିଆଯାଇଛି । ଆତତାୟୀଙ୍କ ଗୁଳିମାଡରେ ଆହତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।

ଗତକାଲି ଲାହୋରରୁ ଇସଲାମବାଦ ଅଭିମୁଖେ ଆଜାଦୀ ମାର୍ଚ୍ଚରେ ଯାଉଥିବା ବେଳେ, ଓ୍ୱଜିରାବାଦ ଜଫର୍ ଅଲୀ ଖାନ୍ ଚୌକରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଇମ୍ରାନ୍ଙ୍କ ଗୋଡ଼ରେ ୩-୪ଟି ଗୁଳି ବାଜିଥିବା କୁହାଯାଉଛି। ସେ ଏବେ ଲାହୋର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଇମ୍ରାନ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ଏହି ଆକ୍ରମଣରେ ଇମ୍ରାନଙ୍କ ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣ ସହଯୋଗୀ ଆହତ ହୋଇଛନ୍ତି । ପାକିସ୍ତାନର ପଞ୍ଜାବ ପ୍ରଦେଶର ୱାଜିରାବାଦରେ ଏକ ରାଲି ବେଳେ ଇମ୍ରାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଗୁଳି ଚଳାଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ଗୁଳିକାଣ୍ଡ ପରେ ରାଜନୀତି ତେଜିଛି ।

Leave A Reply

Your email address will not be published.