ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଦିଲ୍ଲୀରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

0

ନୂଆଦିଲ୍ଲୀ; ରାଜଧାନୀ ଦିଲ୍ଲୀରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ । ପ୍ରଦୂଷଣକୁ ଆଖି ଆଗରେ ରଖି ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନୋଏଡାରେ ପ୍ରାଇମେରୀ ସ୍ତରର ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନଲାଇନରେ କ୍ଲାସ କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ମଧ୍ୟ ଅନଲାଇନରେ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି ।

ଏନେଇ ଆଜି କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି । ଏଥିସହ ଦିଲ୍ଲୀରେ ଅଡ୍‌-ଇଭେନ୍ ଲାଗୁ କରିବା ପାଇଁ ଚିନ୍ତା କରାଯାଉଥିବା ନେଇ ମଧ୍ୟ କେଜ୍ରିୱାଲ କହିଛନ୍ତି । ଦିଲ୍ଲୀରେ ବାୟୁର ଗୁଣବତ୍ତା ଦିନକୁ ଦିନ ଅତ୍ୟନ୍ତ ଖାରପ ଶ୍ରେଣୀରେ ପହଞ୍ଚିଲାଣି। ଏଠାରେ ନିଶ୍ୱାସ ନେବା ବି ମୁସ୍‌କିଲ ହେଲାଣି। ଆଜି ସକାଳୁ ଗୁରଗ୍ରାମରେ AQI ୫୩୫ ପାର କରିଥିବା ବେଳେ ନୋଏଡାରେ ପ୍ରଦୂଷଣ ସ୍ତର ୫୬୦ ପାର କରିଛି । ପ୍ରଦୂଷଣ ଅତିମାତ୍ରାରେ ବଢିଯାଇଥିବାରୁ ବୟସ୍କ ଓ ଛାତ୍ରଛାତ୍ରୀଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଲୋକମାନଙ୍କୁ କମ୍ ଗାଡ଼ି ବ୍ୟବହାର କରିବା ସହ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି।

Leave A Reply

Your email address will not be published.