ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ଗୁଜରାଟ ପାଇଁ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡବୀ

0

ଗୁଜୁରାଟ; ଗୁଜରାଟ ପାଇଁ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଇସୁଦାନ ଗଡବୀ । ଏନେଇ ଘୋଷଣା କରିଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ । ତେବେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ ଭୋଟରଙ୍କ ଚଏସ ଅନୁସାରେ ଗଡବୀଙ୍କୁ ସିଏମ ପ୍ରାର୍ଥୀ ଘୋଷଣା କରାଯାଇଛି ।

କେଜ୍ରିୱାଲ ଅକ୍ଟୋବର ୨୯ ତାରିଖରେ ସୁରଟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ପାର୍ଥୀ ପାଇଁ ଜନତାଙ୍କ ମତାମତ ଲୋଡିଥିଲେ । ଏହାସହିତ ଏକ ହ୍ୱାଟସଆପ୍ ନମ୍ବର ଜାରି କରାଯାଇଥିଲା । ଏଥିରେ ୧୬ ଲକ୍ଷରୁ ଅଧିକ ଲୋକ ମେସେଜ କରିଥିଲେ । ଏହି ମେସେଜ ଆଧାରରେ ନିଷ୍ପତ୍ତି ନିଆଯାଇଛି ବୋଲି କେଜ୍ରିଓ୍ବାଲ୍ କହିଛନ୍ତି ।

ସେପଟେ ଗଡବୀଙ୍କ ବିଷୟରେ କହିବାକୁ ଗଲେ ସେ ହେଉଛନ୍ତି ଗୁଜରାଟର ଜଣେ ଲୋକପ୍ରିୟ ଟିଭି ସାମ୍ବାଦିକ ଓ ଆଙ୍କର । ମାତ୍ର ୩୨ ବର୍ଷ ବୟସରେ ଭିଟିଭି ନ୍ୟୁଜ୍‌ର ଏଡିଟର ହୋଇପାରିଛନ୍ତି । ସେ ଖାମ୍ବଲିଆ, ଜାମନଗର ଓ ଅହମଦାବାଦରେ ଅଧ୍ୟୟନ କରିଛନ୍ତି। ସେ ଜଣେ କମର୍ସ ଗ୍ରାଜୁଏଟ ଏବଂ ଗୁଜରାଟ ବିଦ୍ୟାପୀଠ, ଅହମଦାବାଦରୁ ୨୦୦୫ରେ ସେ ଜର୍ଣ୍ଣାଲିଜିମ୍ ଓ ମାସ୍ କମ୍ୟୁନିକେସନରେ ମାଷ୍ଟର ଡିଗ୍ରୀ କରିଛନ୍ତି। କିନ୍ତୁ ୨୦୦୧ ଜୁନ୍ ପହିଲାରେ ସେ ତାଙ୍କ ଟିଭି ଚାକିରି ଛାଡ଼ି ଜୁନ୍ ୧୪ରେ ଆପ୍‌ରେ ଯୋଗ ଦେଇଛନ୍ତି । ତେବେ ବିଜେପି ଓ କଂଗ୍ରେସରୁ ମଧ୍ୟ ତାଙ୍କୁ ଅଫର ମିଳିଥିଲା ।

ସୂଚନା ଥାଉକି, ଗତକାଲି ଗୁଜରାଟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଥିବା ତାରିଖ ମୁତାବକ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ଡିସେମ୍ବର ପହିଲାରେ ପ୍ରଥମ ପର୍ଯ୍ୟାୟରେ ୯୩ ଟି ଆସନ ପାଇଁ ମତ ଗ୍ରହଣ କରାଯିବ । ଏହାସହ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ଆସନଗୁଡିକ ପାଇଁ ମତ ଗ୍ରହଣ କରାଯିବ । ସେପଟେ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ ।

Leave A Reply

Your email address will not be published.