ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଆଇନ ଜାଲରେ ଫସିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି

0

ବେଙ୍ଗାଲୁରୁ: ଭାରତ ଯୋଡୋ ଯାତ୍ରା ସମୟରେ କନ୍ନଡ ଚଳଚ୍ଚିତ୍ର ‘କେଜିଏଫ୍ ଅଧ୍ୟାୟ ୨’ର ସଙ୍ଗୀତର ଅନଧିକୃତ ବ୍ୟବହାର ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ଦଳର ନେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।ତାଙ୍କ ବିରୋଧରେ ଲାଗିଲା କପି-ରାଇଟ୍ କେସ୍।

ଅଭିଯୋଗ ମୁତାବକ, କଂଗ୍ରେସ ଦଳ ଭାରତ ଯୋଡୋ ଯାତ୍ରା ବେଳେ କପିରାଇଟ୍ ଆକ୍ଟର ଉଲ୍ଲଙ୍ଘନ କରିଛି । ବିନା ଅନୁମତିରେ ଗୀତ ସହ ଦୁଇଟି ଭିଡିଓକୁ ପୋଷ୍ଟ କରାଯାଇଛି। ତେଣୁ, ‘କପିରାଇଟ୍ ଆକ୍ଟ’, ‘ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ଆକ୍ଟ’ ଏବଂ ‘ଇଣ୍ଡିଆନ୍ ପେନାଲ୍‌କୋଡ୍‌’ରେ ଥିବା ବ୍ୟବସ୍ଥା ଅନୁଯାୟୀ ଶୁକ୍ରବାର ଦିନ ରାହୁଲ୍ ଗାନ୍ଧି, ଜୟରାମ ରମେଶ ଏବଂ ସୁପ୍ରିୟାଙ୍କ ବିରୋଧରେ ଯଶବନ୍ତପୁର ଥାନାରେ ‘ଏମ୍‌ଟିଆର୍‌’ ମ୍ୟୁଜିକ୍ ପରିଚାଳନା କରୁଥିବା ଏମ୍. ନବୀନ କୁମାରଙ୍କ ଅଭିଯୋଗ ଆଧାରରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି।

ସେପଟେ ଏହାକୁ ନେଇ ବିଜେପି ମଧ୍ୟ କଂଗ୍ରେସକୁ ଟାର୍ଗେଟ୍ କରିଛି। ‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ କଂଗ୍ରେସ କମ୍ପାନିର ବିନା ଅନୁମତିରେ ଫିଲ୍ମରୁ ସଙ୍ଗୀତ ଉଠାଇ ଆଣୁଛି ବୋଲି ତାତ୍ସଲ୍ୟ କରି ବିଜେପି ନେତା ଅମିତ ମାଲଭୀୟ କହିଛନ୍ତି।

ସୂଚନାଯୋଗ୍ୟ, ତାମିଲ୍‌ନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ୨୦୨୩ ଜାନୁଆରି ୩୦ରେ ଜମ୍ମୁରେ ଶେଷ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଯାତ୍ରା କେରଳ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଆଦି ୫ଟି ରାଜ୍ୟ ଦେଇ ଅତିକ୍ରମ କରିସାରିଲାଣି।ଏମଆରଟି ମ୍ୟୁଜିକ୍ ଲେବଲ୍ ଦ୍ବାରା ଦାଖଲ ହୋଇଥିବା ଅଭିଯୋଗ ପରେ ବେଙ୍ଗାଲୁରୁ ପୋଲିସ ଏହି ମାମଲା ଦାୟର କରିଛି ଯେଉଁଥିରେ ଦର୍ଶାଯାଇଛି ଯେ ଭରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ପାର୍ଟି କପିରାଇଟ୍ ଆକ୍ଟ ଉଲ୍ଲଂଘନ ନକରି ଚଳଚ୍ଚିତ୍ରର ଗୀତ ସହିତ ଦୁଇଟି ଭିଡିଓ ପୋଷ୍ଟ କରିଛି।

Leave A Reply

Your email address will not be published.