ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଆଇନ ଜାଲରେ ଫସିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି

0

ବେଙ୍ଗାଲୁରୁ: ଭାରତ ଯୋଡୋ ଯାତ୍ରା ସମୟରେ କନ୍ନଡ ଚଳଚ୍ଚିତ୍ର ‘କେଜିଏଫ୍ ଅଧ୍ୟାୟ ୨’ର ସଙ୍ଗୀତର ଅନଧିକୃତ ବ୍ୟବହାର ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ଦଳର ନେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।ତାଙ୍କ ବିରୋଧରେ ଲାଗିଲା କପି-ରାଇଟ୍ କେସ୍।

ଅଭିଯୋଗ ମୁତାବକ, କଂଗ୍ରେସ ଦଳ ଭାରତ ଯୋଡୋ ଯାତ୍ରା ବେଳେ କପିରାଇଟ୍ ଆକ୍ଟର ଉଲ୍ଲଙ୍ଘନ କରିଛି । ବିନା ଅନୁମତିରେ ଗୀତ ସହ ଦୁଇଟି ଭିଡିଓକୁ ପୋଷ୍ଟ କରାଯାଇଛି। ତେଣୁ, ‘କପିରାଇଟ୍ ଆକ୍ଟ’, ‘ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ଆକ୍ଟ’ ଏବଂ ‘ଇଣ୍ଡିଆନ୍ ପେନାଲ୍‌କୋଡ୍‌’ରେ ଥିବା ବ୍ୟବସ୍ଥା ଅନୁଯାୟୀ ଶୁକ୍ରବାର ଦିନ ରାହୁଲ୍ ଗାନ୍ଧି, ଜୟରାମ ରମେଶ ଏବଂ ସୁପ୍ରିୟାଙ୍କ ବିରୋଧରେ ଯଶବନ୍ତପୁର ଥାନାରେ ‘ଏମ୍‌ଟିଆର୍‌’ ମ୍ୟୁଜିକ୍ ପରିଚାଳନା କରୁଥିବା ଏମ୍. ନବୀନ କୁମାରଙ୍କ ଅଭିଯୋଗ ଆଧାରରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି।

ସେପଟେ ଏହାକୁ ନେଇ ବିଜେପି ମଧ୍ୟ କଂଗ୍ରେସକୁ ଟାର୍ଗେଟ୍ କରିଛି। ‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ କଂଗ୍ରେସ କମ୍ପାନିର ବିନା ଅନୁମତିରେ ଫିଲ୍ମରୁ ସଙ୍ଗୀତ ଉଠାଇ ଆଣୁଛି ବୋଲି ତାତ୍ସଲ୍ୟ କରି ବିଜେପି ନେତା ଅମିତ ମାଲଭୀୟ କହିଛନ୍ତି।

ସୂଚନାଯୋଗ୍ୟ, ତାମିଲ୍‌ନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ୨୦୨୩ ଜାନୁଆରି ୩୦ରେ ଜମ୍ମୁରେ ଶେଷ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଯାତ୍ରା କେରଳ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଆଦି ୫ଟି ରାଜ୍ୟ ଦେଇ ଅତିକ୍ରମ କରିସାରିଲାଣି।ଏମଆରଟି ମ୍ୟୁଜିକ୍ ଲେବଲ୍ ଦ୍ବାରା ଦାଖଲ ହୋଇଥିବା ଅଭିଯୋଗ ପରେ ବେଙ୍ଗାଲୁରୁ ପୋଲିସ ଏହି ମାମଲା ଦାୟର କରିଛି ଯେଉଁଥିରେ ଦର୍ଶାଯାଇଛି ଯେ ଭରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ପାର୍ଟି କପିରାଇଟ୍ ଆକ୍ଟ ଉଲ୍ଲଂଘନ ନକରି ଚଳଚ୍ଚିତ୍ରର ଗୀତ ସହିତ ଦୁଇଟି ଭିଡିଓ ପୋଷ୍ଟ କରିଛି।

Leave A Reply

Your email address will not be published.