ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ମାଆ ହେଲେ ଆଲିଆ ଭଟ୍ଟ

0

ମୁମ୍ବାଇ: ମା’ ହେଲେ ବଲିଉଡର ଅଭିନେତ୍ରୀ ଆଲିଆ ଭଟ୍ଟ। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବଲିଉଡର ମୋଷ୍ଟ ଲଭିଂ କପୁଲ ରଣବୀର ଓ ଆଲିଆ ବାପା-ମା’ ହୋଇଥିବାରୁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଆଲିଆ ଭଟ୍ଟ ଆଜି ସକାଳୁ ଏଚ୍ ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସହ ରଣବୀର କପୁର ମଧ୍ୟ ଯାଇଥିବା ଦେଖିବାକୁ ମିଳିଥିଲା। ସେଠାରେ ହିଁ ସେ ତାଙ୍କ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ରଣବୀର ଓ ଆଲିଆଙ୍କ ଘରକୁ ନୂଆ ସଦସ୍ୟ ଆସିବା ପରେ ପୂରା କପୁର ଓ ଭଟ୍ଟ ପରିବାରରେ ଉତ୍ସବର ମାହୋଲ ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ; ଆଲିଆ ଓ ରଣବୀର ଦୀର୍ଘ ଦିନର ଡେଟିଂ ପରେ ଚଳିତ ବର୍ଷ ଏପ୍ରିଲ ମାସରେ ବିବାହ କରିଥିଲେ। ତେବେ ବିବାହର ଦୁଇ ମାସ ପରେ ହିଁ ଗୁଡ୍ ନ୍ୟୁଜ ଦେଇଥିଲେ ଏହି ଷ୍ଟାର୍ ଦମ୍ପତି। ଏହାକୁ ନେଇ ବି-ଟାଉନରେ ବହୁ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସେ ବିବାହ ପୂର୍ବରୁ କୁଆଡେ ଗର୍ଭବତୀ ଥିବା ମଧ୍ୟ କୁହାଯାଉଥିଲା।

Leave A Reply

Your email address will not be published.