ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ମାଆ ହେଲେ ଆଲିଆ ଭଟ୍ଟ

0

ମୁମ୍ବାଇ: ମା’ ହେଲେ ବଲିଉଡର ଅଭିନେତ୍ରୀ ଆଲିଆ ଭଟ୍ଟ। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବଲିଉଡର ମୋଷ୍ଟ ଲଭିଂ କପୁଲ ରଣବୀର ଓ ଆଲିଆ ବାପା-ମା’ ହୋଇଥିବାରୁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଆଲିଆ ଭଟ୍ଟ ଆଜି ସକାଳୁ ଏଚ୍ ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସହ ରଣବୀର କପୁର ମଧ୍ୟ ଯାଇଥିବା ଦେଖିବାକୁ ମିଳିଥିଲା। ସେଠାରେ ହିଁ ସେ ତାଙ୍କ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ରଣବୀର ଓ ଆଲିଆଙ୍କ ଘରକୁ ନୂଆ ସଦସ୍ୟ ଆସିବା ପରେ ପୂରା କପୁର ଓ ଭଟ୍ଟ ପରିବାରରେ ଉତ୍ସବର ମାହୋଲ ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ; ଆଲିଆ ଓ ରଣବୀର ଦୀର୍ଘ ଦିନର ଡେଟିଂ ପରେ ଚଳିତ ବର୍ଷ ଏପ୍ରିଲ ମାସରେ ବିବାହ କରିଥିଲେ। ତେବେ ବିବାହର ଦୁଇ ମାସ ପରେ ହିଁ ଗୁଡ୍ ନ୍ୟୁଜ ଦେଇଥିଲେ ଏହି ଷ୍ଟାର୍ ଦମ୍ପତି। ଏହାକୁ ନେଇ ବି-ଟାଉନରେ ବହୁ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସେ ବିବାହ ପୂର୍ବରୁ କୁଆଡେ ଗର୍ଭବତୀ ଥିବା ମଧ୍ୟ କୁହାଯାଉଥିଲା।

Leave A Reply

Your email address will not be published.