ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୭୧ ରନରେ ଜିମ୍ବାଓ୍ବେକୁ ହରାଇଲା ଭାରତ

0

ମେଲବର୍ଣ୍ଣ: ଟି୨୦ ବିଶ୍ବକପରେ ୭୧ ରନରେ ଜିମ୍ବାଓ୍ବେକୁ ହରାଇ ଗ୍ରୁପ ବିରୁ ଏକ ନମ୍ବର ଟିମ୍ ଭାବେ ଟିମ୍ ଇଣ୍ଡିଆ ସେମିଫାଇନାଲକୁ ଯାଉଛି । ୧୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାଓ୍ବେ ଟିମ୍ ୧୭.୨ ଓଗରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଜିମ୍ବାଓ୍ବେ ପକ୍ଷରୁ ଏସ. ରାଜ ୩୪ ଏବଂ ଆର. ବୁର୍ଲ ୩୫ ରନ୍ କରିଥିଲେ ବି ଏହା ବିଜୟ ପାଇଁ ଯଥେଷ୍ଟ ହୋଇ ନଥିଲା ।

ସୂଚନାନୁସାରେ; ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଦୁଇ ଓପନର ଭଲ ଆରମ୍ଭ କରିଥିଲେ ମଧ୍ୟ ଶୀଘ୍ର ଆଉଟ୍ ହୋଇଯାଇଥିଲେ। ହେଲେ ଏହାରି ଭିତରେ କେଏଲ ରାହୁଲ ୫୧ ରନ କରି ଅର୍ଦ୍ଧଶତକ ମାରିଥିଲେ । ସେହିପରି ସୂର୍ଯ୍ୟ କୁମାର ମଧ୍ୟ ଶେଷ ଓଭର ଯାଏଁ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ଭାରତ ୧୮୬ ରନର ବଡ ସ୍କୋର କରିବାରେ ସଫଳ ହୋଇଥିଲା । ୧୮୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଜିମ୍ବାୱେ ଦଳର କିନ୍ତୁ ଆରମ୍ଭରୁ ବିପର୍ଯ୍ୟ ଘଟିଥିଲା । ଦଳ ପକ୍ଷରୁ ରୟାନ ବୁର୍ଲ ୩୫ ଓ ସିକନ୍ଦର ରାଜା ୩୪ ରନ କରିଥିଲେ । ଫଳରେ ଦଳ ୧୭ ଓଭର ୨ଟି ବଲ ଖେଳି ଅଲଆଉଟ ହୋଇଯାଇଥିଲା ।

Leave A Reply

Your email address will not be published.