ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପ୍ରଥମ ଶିକାର କଲେ ନାମ୍ବିଆ ଆସିଥିବା ଚିତା

0

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିବା ୨ଟି ଚିତା ପ୍ରଥମ ଥର ପାଇଁ ଶିକାର କରିଛନ୍ତି । ସେମାନେ ଏନକ୍ଲୋଜରରେ ଏକ ଚିତଳ ହରିଣକୁ ଶିକାର କରି ଖାଇଥିବା ଜାତୀୟ ଉଦ୍ୟାନର କର୍ମଚାରୀ କହିଛନ୍ତି। ଗତ ୫ ତାରିଖରେ ଦୁଇ ଚିତା ଫ୍ରେଡି ଓ ଏଲଟନକୁ ବଡ଼ ଏକ୍ଲୋଜରକୁ ଛଡ଼ାଯାଇଥିଲା।

ସୂଚନା ଅନଯାୟୀ, ସେପ୍ଟେମ୍ବର ମାସରେ ନାମ୍ବିଆରୁ ଆସିଥିଲେ ୮ଟି ଚିତାବାଘ । ସେମାନଙ୍କ ମଧ୍ୟରୁ ୨ଟି ଚିତା ରବିବାର ଶିକାର କରିଛନ୍ତି ।ତେବେ ଗତକାଲି ବିଳମ୍ବିତ ରାତି କିମ୍ବା ଆଜି ଭୋରରୁ ଦୁହେଁ ଗୋଟିଏ ହରିଣକୁ ମାରି ଖାଇଥିବା ଜଣାପଡ଼ିଛି। ଏହାପରେ ଦୁହିଁଙ୍କୁ ଜାତୀୟ ଉଦ୍ୟାନର ମୁକ୍ତ ଜଙ୍ଗଲ ଭିତରକୁ ଛଡ଼ାଯିବ ବୋଲି ସୂଚନା ମିଳିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛୋଟ ଏନକ୍ଲୋଜରରୁ ବାହାର କରି ଦୁହିଁଙ୍କୁ ବଡ଼ ଏନକ୍ଲୋଜରରେ ଛଡ଼ାଯିବା ପରେ ଚିତା ଦୁଇଟି ଶିକାର କରିଥିବା ଜଣାପଡ଼ିଛି। ନାମ୍ବିଆରୁ ଆସିବା ପରେ ଏହା ସେମାନଙ୍କର ପ୍ରଥମ ଶିକାର ବୋଲି କୁହାଯାଇଛି।

ନାମ୍ବିଆରୁ ଆସିବା ପରେ ୮ଚିତାଙ୍କୁ ଏନକ୍ଲୋଜର ଭିତରକୁ ଛାଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସିବାର ଦେଢ଼ ମାସ ପରେ ଚିତାଗୁଡ଼ିକ ସୁସ୍ଥ ଥିବା ଓ ପରିବେଶ ସହ ଖାପ ଖୁଆଉଥିବା ନେଇ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଥିଲେ। ଦୁଇ ଚିତା ଏଠାକାର ଜଙ୍ଗଲ ଓ ପରିବେଶ ସହ ଖାପ ଖୁଆଇ ସାରିଥିବାରୁ ଖୁବଶୀଘ୍ର ବାକି ୩ ଚିତାକୁ ମଧ୍ୟ ଛଡ଼ାଯିବ ବୋଲି ମୋଦି ଟ୍ୱିଟ୍ କରି ସୂଚନା ଦେଇଥିଲେ।

Leave A Reply

Your email address will not be published.