ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଓଡ଼ିଶାର ୩ ନର୍ସଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍-୨୦୨୧ ସମ୍ମାନ

0

ନୂଆଦିଲ୍ଲୀ; ଓଡ଼ିଶାର ୩ ଜଣ ନର୍ସଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ-୨୦୨୧ ସମ୍ମାନରେ ସମ୍ମାନିତ କରାଯାଇଛି ।ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ୩ ଜଣଙ୍କୁ ସମ୍ମାନିତ କରିଛନ୍ତି । ଓଡିଶାର ନର୍ସ ଖୁଲଣା ବାରିକ, ନର୍ସ ଶିବାନୀ ଦାସ ଏବଂ ଏଏନ୍‌ଏମ୍ ଦମୟନ୍ତୀ ରାଉତ ଏହି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନଜନକ ଉପାଧୀ ପ୍ରଦାନ କରାଯାଇଛି ।

ଦମୟନ୍ତୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଗୌଣିଘଷା ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ସେ ସାଇକେଲରେ ଗାଁକୁ ଗାଁ ବୁଲି ଟିକାକରଣ କାମ କରୁଛନ୍ତି । ସେହିଭଳି ଖୁଲଣା ବାରିକ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାମ କରୁଛନ୍ତି । କୋଭିଡ ଏବଂ ୟଶ ବାତ୍ୟା ଓ ବନ୍ୟା ସମୟରେ ସେ ଗର୍ଭବତୀ ମହିଳା ଓ ସେମାନଙ୍କ ନବଜାତକଙ୍କ ଯତ୍ନ ନେଇଥିଲେ । ସେହିଭଳି ଶିବାନୀ ଦାଶ ୨୦୦୭ ମସିହାରୁ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ନର୍ସ ଭାବେ କାମ କରିଆସୁଛନ୍ତି । କୋଭିଡ ସମୟରେ ସେ ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀରେ କୋଭିଡ କେୟାର ସେଂଟରରେ ରହି ନିରବଚ୍ଛିନ ସେବା ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ଏହି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ୧୯୭୩ ମସିହାରେ ସମାଜ ପ୍ରତି ନର୍ସ ମାନଙ୍କର ଏବଂ ନର୍ସିଂ ବୃତିଧାରୀ ମାନଙ୍କର ପ୍ରଶଂସନୀୟ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ପ୍ରତିବର୍ଷ ଭାରତୀୟ ନର୍ସିଂ ପରିଷଦ ଦ୍ୱାରା ବିଭିନ୍ନ ବର୍ଗର ନର୍ସ ମାନଙ୍କୁ ଚୟନ କରି ପୁରସ୍କୃତ କରାଯାଇଥାଏ । ଚଳିତ ବର୍ଷ ସାରା ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଗୁଡିକରୁ ସମୁଦାୟ ୫୧ ଜଣଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ଏଏନ୍‌ଏମ୍ , ୪ ଜଣ ଏଲ୍‌ଏଚ୍‌ଭି ଏବଂ ୩୦ ଜଣ ନର୍ସ । ଓଡ଼ିଶାରୁ ଚଳିତ ଥର ୩ ଜଣଙ୍କୁ ଏହି ସମ୍ମାନ ମିଳିଛି ।

Leave A Reply

Your email address will not be published.