ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିପାଶା ବସୁଙ୍କ ଘରକୁ ଆସିଲା କୁନି ପରି

0

ବ୍ଲାକ୍ ବିଉଟିଙ୍କ ଘରକୁ ଆସିଲେ ନୂଆ ଅତିଥି । କନ୍ୟା ସନ୍ତାନର ଜନନୀ ହେଲେ ବିପାଶା ବସୁ । ୪୩ ବର୍ଷରେ ମା’ ହେବାର ସୌଭାଗ୍ୟ ପାଇଛନ୍ତି ବିପାଶା । ନୂଆ ଅତିଥିକୁ ନେଇ ଅଭିନେତ୍ରୀ ବିପାଶା ବସୁ ଓ କରଣ ସିଂଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପୁଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ଯୋଗ ଦେଇଛନ୍ତି । ଗତ ଅଗଷ୍ଟ ମାସରେ ବିପାସା ଓ କରଣ ପ୍ରେଗ୍ନାନସୀର ଆନାଉନ୍ସ କରିଥିଲେ । ଉଭୟ ସୋସିଆଲ ମିଡିଆରେ ବେବି ବମ୍ପ ସେଆର କରିଥିଲେ। ଯାହା ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା। ରିପୋର୍ଟ ଅନୁସାରେ ଶନିବାର ଦମ୍ପତ୍ତି ଏକ କନ୍ୟାସନ୍ତାନର ମାତାପିତା ହୋଇଛନ୍ତି ।

ବିପାସା ଓ କରଣଙ୍କ ବିବାହ ୨୦୧୬ ମସିହାରେ ହୋଇଥିଲା। ବିବାହର ୬ ବର୍ଷ ପରେ ଦମ୍ପତ୍ତି ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି । ପ୍ରେଗ୍ନାନସୀ କାଳରେ ବିପାସା ଅନେକବାର ତାଙ୍କର ମେଟରନିଟି ସୁଟ୍ କରାଇଥିଲେ । ଏହି ସବୁ ଫଟୋ ଭାଇରାଲ ହେବା ପରେ ତାଙ୍କୁ ଅନେକ କମ୍ପ୍ଲିମେଣ୍ଟସ୍ ମଧ୍ୟ ମିଳିଥିଲା । କିଛିଦିନ ପୂର୍ବରୁ ‘ବମ୍ବେ ଟାଇମ୍ସ’କୁ ଦେଇଥିବା ସାକ୍ଷାତକାରରେ ବିପାସା ଏକ କନ୍ୟା ସନ୍ତାନ ଚାହୁଁଥିବା କହିଥିଲେ । ଘରକୁ ଏକ ବେବି ଗାର୍ଲ ଆସୁ ବୋଲି କହିଥିଲେ । ତାଙ୍କ ଆଶା ଏବେ ପୂରଣ ହୋଇଛି। କରଣ ଓ ବିପାସାଙ୍କର ଏକ ଝିଅଟିଏ ହୋଇଛି। ଯାହାକୁ ନେଇ ଉଭୟ ଏବେ ବେଶ୍ ଖୁସ୍ ଅଛନ୍ତି।

Leave A Reply

Your email address will not be published.