ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ହିମାଚଳ ପ୍ରଦେଶ ବିଧାନସଭା ଆସନ ପାଇଁ ଆଜି ପଡୁଛି ଭୋଟ

0

ନୂଆଦିଲ୍ଲୀ; ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପଡୁଛି ଭୋଟ । ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ ମତଦାନ । ଏହି ପାହାଡି ରାଜ୍ୟରେ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ୫୫ ଲକ୍ଷରୁ ଅଧିକ ଭୋଟର । ମୋଟ ୬୮ ବିଧାନସଭା ଆସନରେ ୭ହଜାର ୮୮୧ ମତଦାନ କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ୭୮୯ ସମ୍ବେଦନଶୀଳ ଏବଂ ୩୯୭ଟି ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି ।

ମତଦାନକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ୍ ପୂରା ପ୍ରସ୍ତୁତି କରିଛନ୍ତି । ନିର୍ବାଚନୀ ଦାୟିତ୍ୱରେ ରହିଛନ୍ତି ୩୨ ହଜାର କର୍ମଚାରୀ । ନିର୍ବାଚନ ପାଇଁ ୧୪୨ଟି ପୋଲିଂ ବୁଥ ମଧ୍ୟ କରାଯାଇଥିଲା, ଯାହାର ପରିଚାଳନା ଦାୟିତ୍ୱ ତୁଲାଇବେ ଭିନ୍ନକ୍ଷମ କର୍ମଚାରୀ । ଏଥର ହିମାଚଳ ପ୍ରଦେଶରେ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସର ୧ଲକ୍ଷ ୨୧ହଜାର ୪୦୯ ଜଣ ମତଦାତା ରହିଛନ୍ତି । ତେବେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ହିମାଚଳ ପ୍ରଦେଶର ଫଳାଫଳ ।

ସେପଟେ ହିମାଚଳ ପ୍ରଦେଶରେ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଜୋରଦାର ଟକ୍କର ହେଉଛି। ନିର୍ବାଚନ ପୂର୍ବରୁ ସବୁ ଦଳ ମାଳମାଳ ପ୍ରତିଶ୍ରୁତି ଦେଇଛନ୍ତି । ଗୁରୁବାର ଥିଲା ପ୍ରଚାରର ଶେଷ ଦିନ । ଏଣୁ ବିଭିନ୍ନ ଦଳ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.