ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଆଜିଠୁ ପାରାଦୀପରେ ଅଭ୍ୟାସ କରିବ ନୌସେନା

0

ଆଜିଠୁ ପାରାଦୀପ ଉପକୂଳରେ ‘ସି-ଭିଜିଲ୍’ । ଅର୍ଥାତ୍ ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ପାଇଁ ଅଭ୍ୟାସ କରିବ ନୌସେନା । ଏହି ପ୍ରସ୍ତୁତି ଅଭ୍ୟାସର ନାଁ ରଖାଯାଇଛି ‘ସି-ଭିଜିଲ୍’। ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଆଦି ୪ଟି ରାଜ୍ୟ ମିଳିତ ଭାବେ ଏହି ସମରାଭ୍ୟାସ କରିବେ। ନୌସେନା ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୧୩ରୁ ଅଧିକ ସଂସ୍ଥା ଏହି ଅଭ୍ୟାସରେ ସାମିଲ ହେବେ। ଏହି ସମରାଭ୍ୟାରେ ସମସ୍ତ ସଂସ୍ଥା ରେଡ୍ ଓ ବ୍ଲୁ ଟିମ୍ ନାମକ ଦୁଇଟି ଭାଗରେ ବିଭକ୍ତ ହେବେ । ମାଛଧରା ବନ୍ଦର, ମହାନଦୀ ମୁହାଣ, ଏକ୍ସକ୍ଲ୍ୟୁସିଭ ଇକୋନୋମିକ୍ ଜୋନ, ବସ୍ତି, ରାଡାର ଷ୍ଟେସନ, ବତୀଘର, ସିନେମା ହଲ୍, ଟ୍ରେଡ୍ ସେଣ୍ଟର, ବସଷ୍ଟାଣ୍ଡ, ବନ୍ଦର ଫାଟକ, ପ୍ରଶାସନିକ ଭବନ, ଶିଳ୍ପ କାରଖାନା ଫାଟକ ଆଦି ସ୍ଥାନକୁ ରେଡ୍ ଟିମ୍ ଟାର୍ଗେଟ କରିବାର ସମ୍ଭାବନା ରହିଛି। ତେଣୁ ବ୍ଲୁ ଟିମ୍ ଏସବୁ ସ୍ଥାନରେ ଆକ୍ସନକୁ ଓହ୍ଲାଇବ ଏବଂ ଏହାର ରକ୍ଷା କରିବାକୁ ପ୍ରୟାସ କରିବ ।

Leave A Reply

Your email address will not be published.