ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ପଥର ଖଣି ଭୁଶୁଡି ୮ ଶ୍ରମିକ ମୃତ, ଏବେବି ୪ ଜଣ ନିଖୋଜ

0

ମିଜୋରାମରେ ଅଚାନକ ଭୁଶୁଡିଗଲା ପଥର ଖଣି। ମାଟି ତଳେ ଦବି ଯାଇଥିଲେ ୧୨ ଜଣ ଶ୍ରମିକ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଆଉ ୪ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୋମବାର ଅପରାହ୍ନ ପ୍ରାୟ ୩ଟାରେ ଦକ୍ଷିଣ ମିଜୋରାମର ହନାଥିଆଲ ଜିଲ୍ଲାରେ ଏହି ଘଟଣା ଘଟିଛି। ମୌଦାଢ ଗାଁ ନିକଟସ୍ଥ ଏବିସିଆଇ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍‌ର କିଛି ଶ୍ରମିକ ପଥର ଖୋଦେଇ କାମ କରୁଥିଲେ।

ଏତିକି ବେଳେ ପଥର ଖଣିର କିଛି ଅଂଶରେ ପଥର ଓ ମାଟି ଅତଡା ଖସଥିଲା । ଏଥିରେ ୧୨ ଜଣ ଶ୍ରମିକ ଦବି ଯିବା ସହ ଅନେକ ମେସିନ୍ ମଧ୍ୟ ଦବି ଯାଇଛି ।ଖବର ପାଇ ଏସ୍‌ଡିଆର୍‌ଏଫ୍‌, ବିଏସ୍‌ଏଫ୍ ଓ ଆସାମ ରାଇଫଲସ୍‌ର ଏକ ଟିମ୍ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ୮ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେବି ଆଉ ୪ ଜଣ ଶ୍ରମିକ ନିଖୋଜ ଅଛନ୍ତି । ତେବେ ଖଣିରେ କାମ କରୁଥିବା ସମସ୍ତ ଶ୍ରମିକ ବିହାରର ବୋଲି କୁହାଯାଉଛି।

Leave A Reply

Your email address will not be published.