ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଦିଲ୍ଲୀରେ ଓଡିଆ RAW ଅଧିକାରୀଙ୍କ ଆତ୍ମହତ୍ୟା

0

ଆତ୍ମହତ୍ୟା କଲେ ଓଡିଆ RAW ଅଧିକାରୀ । ଦିଲ୍ଲୀ ଲୋଧି କଲୋନୀ ସ୍ଥିତ RAW ଅଫିସ ମୁଖ୍ୟାଳୟର ୧୦ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଓଡିଆ ଅଫିସରଙ୍କ ନାଁ ଅନିକେତ କୁମାର । ସେ କଟକର ବାସିନ୍ଦା । ସୋମବାର ସକାଳେ ସେ ୧୦ ମହଲା ଉପରେ ଥିବା ତାଙ୍କ ଅଫିସରେ ପହଞ୍ଚିବା ପରେ ଝରକାରୁ ଡେଇଁ ପଡିଥଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ତାଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ। ତେବେ ଅନିକେତ ଆତ୍ମହତ୍ୟା କାହିଁକି କଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ଦିଲ୍ଲୀ ପୁଲିସ କହିଛି ଯେ, ଗତ କିଛି ଦିନ ହେବ ପାରିବାରିକ କାରଣ ଯୋଗୁଁ ସେ ମାନସିକ ଅବସାଦରେ ଥିଲେ । ତେବେ ପୁଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.