ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ପଥର ଖଣି ଭୁଶୁଡି ୮ ଶ୍ରମିକ ମୃତ, ଏବେବି ୪ ଜଣ ନିଖୋଜ

0

ମିଜୋରାମରେ ଅଚାନକ ଭୁଶୁଡିଗଲା ପଥର ଖଣି। ମାଟି ତଳେ ଦବି ଯାଇଥିଲେ ୧୨ ଜଣ ଶ୍ରମିକ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଆଉ ୪ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୋମବାର ଅପରାହ୍ନ ପ୍ରାୟ ୩ଟାରେ ଦକ୍ଷିଣ ମିଜୋରାମର ହନାଥିଆଲ ଜିଲ୍ଲାରେ ଏହି ଘଟଣା ଘଟିଛି। ମୌଦାଢ ଗାଁ ନିକଟସ୍ଥ ଏବିସିଆଇ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍‌ର କିଛି ଶ୍ରମିକ ପଥର ଖୋଦେଇ କାମ କରୁଥିଲେ।

ଏତିକି ବେଳେ ପଥର ଖଣିର କିଛି ଅଂଶରେ ପଥର ଓ ମାଟି ଅତଡା ଖସଥିଲା । ଏଥିରେ ୧୨ ଜଣ ଶ୍ରମିକ ଦବି ଯିବା ସହ ଅନେକ ମେସିନ୍ ମଧ୍ୟ ଦବି ଯାଇଛି ।ଖବର ପାଇ ଏସ୍‌ଡିଆର୍‌ଏଫ୍‌, ବିଏସ୍‌ଏଫ୍ ଓ ଆସାମ ରାଇଫଲସ୍‌ର ଏକ ଟିମ୍ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ୮ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେବି ଆଉ ୪ ଜଣ ଶ୍ରମିକ ନିଖୋଜ ଅଛନ୍ତି । ତେବେ ଖଣିରେ କାମ କରୁଥିବା ସମସ୍ତ ଶ୍ରମିକ ବିହାରର ବୋଲି କୁହାଯାଉଛି।

Leave A Reply

Your email address will not be published.