ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆ ପିନ୍ଧି ପୋଢୁଆଁ ହେବେ ବଡଠାକୁର

0

ଆଜି ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’। ଏଥିପାଇଁ ଘରେ ଘରେ ଏଣ୍ଡୁରି ପିଠା ଓ ଆରିସା ପିଠା କରି ଷଷ୍ଠୀ ଦେବୀଙ୍କୁ ସମର୍ପଣ କରାଯାଏ । ଶ୍ରୀମନ୍ଦିରରେ ବି ନୂଆ ପିନ୍ଧି ପୋଢୁଆଁ ହେବେ ମହାପ୍ରଭୁ । ଏଥିପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର । ମଧ୍ୟାହ୍ନ ଧୂପ ପରେ ପ୍ରଥମାଷ୍ଟମୀର ନୀତି ବଢ଼ିବ । ବଡ଼ ଠାକୁରଙ୍କୁ ମାମୁଁ ଘରୁ ଆସିଥିବା ନୁଆ ଲୁଗା ପିନ୍ଧା ଯାଇ ବେଶ କରାଯିବ । ପରେ ବନ୍ଦାପନା ନୀତି ଅନୁଷ୍ଠିତ ହେବ ।

ପୁରାଣ ଓ ଲୋକକଥା ଅନୁସାରେ ବଡ଼ ଠାକୁରଙ୍କ ମାମୁଁ ଘର ହେଉଛି କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ମାଧବାନନ୍ଦଜିଉ । ପ୍ରତିବର୍ଷ ଶ୍ରୀମନ୍ଦିରକୁ ମାଧବାନନ୍ଦଜିଉ ପକ୍ଷରୁ ପଢ଼ୁଆଁ କରାଯାଇଥାଏ । ଗତକାଲି ନିଆଳିସ୍ଥିତ ମାମୁଁ ଘର ମାଧବାନନ୍ଦଜିଉଙ୍କ ପୀଠରୁ ଶ୍ରୀକ୍ଷେତ୍ର ଆସିଥିଲା ପଢ଼ୁଆଁ ଭାର । ଭାରରେ ରହିଛି ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଇତ୍ୟାଦି । ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି । ନୂଆ ବସ୍ତ୍ର, ତୁଳସୀ ପତ୍ର ଠାରୁ ଆରମ୍ଭ କରି ନୈବିଦ୍ୟ କରିବେ ସେବାୟତ ।

Leave A Reply

Your email address will not be published.