ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ହିଜାବ ବିରୋଧୀ ଆନ୍ଦୋଳନରେ ଗୁଳିମାଡ଼; ୫ ମୃତ, ୧୦ ଆହତ

0

ନୂଆଦିଲ୍ଲୀ: ଆଖିବୁଜା ଗୁଳିମାଡ଼ରେ ଥରିଲା ଇରାନ ମାର୍କେଟ । ଗୁଳିକାଣ୍ଡରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପୋଲିସ କର୍ମଚରୀ ମଧ୍ୟସାମିଲ ରହିଛନ୍ତି। ଏହି ଆକ୍ରମଣ ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ଏକ ବଜାରରେ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଚାଲୁଥିବା ସମୟରେ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି ବୋଲି ଖୁଜେସ୍ତାନ ପ୍ରଦେଶର ଡେପୁଟି ଗଭର୍ଣ୍ଣର ୱାଲିୟୁଲା ହାୟତି କହିଛନ୍ତି। ଅନ୍ୟପକ୍ଷେ ଏହି ଗୁଳିକାଣ୍ଡରେ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଫଳରେ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଇରାନୀ ମିଡିଆ ମୁତାବକ, ବୁଧବାର ଇରାନୀ ଇଜେହ ସହରରେ ହିଜାବ ବିରୋଧରେ ସରକାରଙ୍କ ବିପକ୍ଷରେ ଆନ୍ଦୋଳନ କରୁଥିଲେ। ପ୍ରଦର୍ଶନକାରୀ ଏହି ସମୟରେ ପୋଲିସ କର୍ମଚାରୀଙ୍କୁ ପଥରମାଡ କରିଥିଲେ। ଏହା ପରେ ପୋଲିସ ପ୍ରଦର୍ଶନକାରୀଙ୍କୁ କାବୁ କରିବା ପାଇଁ ଲୁହ ବୁହା ଗ୍ୟାସ୍‌ ସ୍ପ୍ରେ କରିଥିଲା। ଏହାପରେ ଆଖିବୁଜା ଗୁଳିମାଡ ହୋଇଥିଲା ।

Leave A Reply

Your email address will not be published.