ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ହିଜାବ ବିରୋଧୀ ଆନ୍ଦୋଳନରେ ଗୁଳିମାଡ଼; ୫ ମୃତ, ୧୦ ଆହତ

0

ନୂଆଦିଲ୍ଲୀ: ଆଖିବୁଜା ଗୁଳିମାଡ଼ରେ ଥରିଲା ଇରାନ ମାର୍କେଟ । ଗୁଳିକାଣ୍ଡରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପୋଲିସ କର୍ମଚରୀ ମଧ୍ୟସାମିଲ ରହିଛନ୍ତି। ଏହି ଆକ୍ରମଣ ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ଏକ ବଜାରରେ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଚାଲୁଥିବା ସମୟରେ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି ବୋଲି ଖୁଜେସ୍ତାନ ପ୍ରଦେଶର ଡେପୁଟି ଗଭର୍ଣ୍ଣର ୱାଲିୟୁଲା ହାୟତି କହିଛନ୍ତି। ଅନ୍ୟପକ୍ଷେ ଏହି ଗୁଳିକାଣ୍ଡରେ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଫଳରେ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଇରାନୀ ମିଡିଆ ମୁତାବକ, ବୁଧବାର ଇରାନୀ ଇଜେହ ସହରରେ ହିଜାବ ବିରୋଧରେ ସରକାରଙ୍କ ବିପକ୍ଷରେ ଆନ୍ଦୋଳନ କରୁଥିଲେ। ପ୍ରଦର୍ଶନକାରୀ ଏହି ସମୟରେ ପୋଲିସ କର୍ମଚାରୀଙ୍କୁ ପଥରମାଡ କରିଥିଲେ। ଏହା ପରେ ପୋଲିସ ପ୍ରଦର୍ଶନକାରୀଙ୍କୁ କାବୁ କରିବା ପାଇଁ ଲୁହ ବୁହା ଗ୍ୟାସ୍‌ ସ୍ପ୍ରେ କରିଥିଲା। ଏହାପରେ ଆଖିବୁଜା ଗୁଳିମାଡ ହୋଇଥିଲା ।

Leave A Reply

Your email address will not be published.