ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

‘ଅମ୍ଳାନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର; ରାଜ୍ୟରେ ରକ୍ତହୀନତା ରୋଗକୁ ଦୂର କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ଏଣିକି ରକ୍ତହୀନତା ରୋଗରୁ ମୁକ୍ତ ହେବ ଓଡିଶା । ରାଜ୍ୟରେ ଯେପରି କେହି ରକ୍ତହୀନତା ରୋଗୀ ରହିବେନି ସେଥିପାଇଁ ଆଜି ‘ଅମ୍ଳାନ’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଯୋଜନାରେ ଲାଭବାନ ହେବେ ୧.୩୭ କୋଟି ଲୋକ । ଏଥିସହିତ ୫୫ ହଜାର ସରକାରୀ ସ୍କୁଲ ଓ ୭୪ ହଜାର ଅଙ୍ଗନଓ୍ବାଡିରେ ଲାଗୁହେବ ଏହି ଯୋଜନା ।ବିଶେଷ କରି ଯୋଜନାର ଫୋକସ୍ ରେ ରହିବେ ଶିଶୁ , ମହିଳା ଓ ଗର୍ଭବତୀ ମହିଳା। ପୂର୍ବରୁ ରାଜ୍ୟରେ କିଭଳି ଭାବେ ରକ୍ତ ଅଭାବ ରୁ କାହାରି ମୃତ୍ୟୁ ନଘଟେ ତାହାକୁ ଗୁରୁତ୍ୱ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ରାଜ୍ୟରେ ରକ୍ତହୀନତା ରୋଗକୁ ଦୂର କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଇଛନ୍ତି ନବୀନ।

Leave A Reply

Your email address will not be published.